ଗ୍ୟାସ ଟାଙ୍କି ଫାଟି ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ, ଅଳ୍ପକେ ବର୍ତିଲେ ପରିବାର ଲୋକେ!!

ଅନୁଗୁଳ: ପାଳଲହଡା ବ୍ଲକ ର ଝିମିରପାଲି ଗାଁ ରେ ଅଘଟଣ ଗ୍ୟାସ ଟାଙ୍କି ଫାଟି ଚାରି ବଖରା ଘର ନଷ୍ଟ, ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ, ଅଳ୍ପକେ ବର୍ତିଲେ ପରିବାର ଲୋକେ l
ପାଲଲହଡା ଝିମିରପାଲି ଗାଁ ରେ ଅଭାବ ନିୟ ଘଟଣା ଗ୍ୟାସ ଟାଙ୍କି ଫାଟି ଚାରି ବଖରା ଘର ନଷ୍ଟ, ଅଳ୍ପକେ ବର୍ତିଲେ ପରିବାର ଲୋକେ l ସୂଚନା ଅନୁସୂlରେ ଆଜି ସକାଳ 7 ଟା ସମୟ ରେ ଝିମିରିପାଲି ଗାଁ ର ଖଗେଶ୍ୱର ସାହୁ ଙ୍କ ଝିଅ ଶ୍ରାବଣୀ ସାହୁ ନିଜ ଅଜା ପାଇଁ ଚା କରିବା ପାଇଁ ଗ୍ୟାସ ଜଳଉଥିବା ବେଳେ ହଠାତ ଗ୍ୟାସ ଟାଙ୍କି ରେ ନିଆଁ ଲାଗି ଯାଇଥିଲା, ଟାଙ୍କି ଟି ବହୁତ ଜୋର ରେ ବିସ୍ଫୋରଣ ହୋଇଥିଲା, ଯାହା ଫଳ ରେ ଖଗେଶ୍ୱର ଙ୍କ ଚାରି ବଖରା ଘର ସମ୍ପୂର୍ଣ ନଷ୍ଟ ହେବା ସହିତ ଘରେ ଥିବା କୋଡିଏ କ୍ଵଇଣ୍ଟାଲ ରୁ ଉର୍ଦ୍ଧ ଧାନ ପୋଡି ପାଉଁଶ ହେବା ସହିତ ଘରେ ସଞ୍ଚି କି ରଖି ଥିବା ଟଙ୍କା ପଇସା, ଆସବାବ ପତ୍ର ପୋଡି ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଲା, ଖଗେଶ୍ୱର ଜଣେ ଗରୀବ ପରିବାର ହୋଇ ଥିବା ବେଳେ ସେହି ଘରେ ତାର ବଡ ଭାଇ ପୁଲସ୍ତି ସାହୁ ଙ୍କ ପରିବାର ମଧ୍ୟ ରହୁ ଥିଲେ l
ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଘର ର ଏଜେବେଷ୍ଟ ପାଞ୍ଚ ଶହ ମିଟର ଜାଏ ଛିଟିକି ପଡି ଥିଲା l ଏଏହି ଦୁର୍ଘଟଣା ରେ ଲକ୍ଷା ଧିକ ଟଙ୍କା ର ସମ୍ପତି ପୋଡି ନଷ୍ଟ ହୋଇ ଯାଇ ଥିବା ବେଳେ ପରିବାର ଲୋକଙ୍କ କାହାର କିଛି କ୍ଷତି ହୋଇ ନାହିଁ l
ସୂଚନା ଥାଉ କି ଖଗେଶ୍ୱର ଙ୍କ ପରିବାର ବ୍ୟବହାର କରୁଥିବା ଗ୍ୟାସ ଟାଙ୍କି ଟି ଜ୍ୟୋତି ଭାରତ ଗ୍ୟାସ ଖମାର ଠାରୁ ଆଣି ବ୍ୟବହାର କରୁ ଥିଲେ ବୋଲି ଜଣା ପଡିଛି, ତେବେ ତାହା ବହୁତ ଦିନ ହେବ ବନ୍ଦ ପଡିଛି ଓ ରେଙ୍ଗାଲି ଗେଙ୍ଗଟିଆ ଅଂଚଳ ର ଡମ୍ବରୁ ସାହୁ ନାମକ ଜଣେ ବ୍ୟକ୍ତି ଗାଁ କୁ ଗାଁ ବୁଲି ଗ୍ୟାସ ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଏହାକୁ ତଦନ୍ତ କରିବା ଶହ କ୍ଷତି ପୂରଣ ପାଇଁ ପରିବାର ଲୋକେ ଦାବୀ କରିଛନ୍ତି

Leave a Reply

Your email address will not be published. Required fields are marked *