ଘରୁ ଫେରାର ହୋଇ ଚଳନ୍ତା ଟ୍ରେନରେ ବାହା ହେଲେ ପ୍ରେମୀଯୁଗଳ!!

ରୁ ଫେରାର ହୋଇ ଚଳନ୍ତା ଟ୍ରେନରେ ବାହା ହେଲେ ପ୍ରେମୀଯୁଗଳ । ଆଉ ବନ୍ଧୁ ପରିଜନ ବାରାତୀ ସାଜିଲେ ଟ୍ରେନରେ ଥିବା ଅନ୍ୟ ଯାତ୍ରୀ । ଚଳନ୍ତା ଟ୍ରେନରେ ସିନ୍ଦୁର ପିନ୍ଧାହେଲା, ମାଳ ଅଦଳବଦଳ ହେଲା ଆଉ ତାସହିତ ମଙ୍ଗଳସୂତ୍ର ବି ପିନ୍ଧାଗଲା । ଆଉ ଏସବୁକୁ ଦେଖି ମନୋରଞ୍ଜନ ନେଉଥିଲେ ଯାତ୍ରୀମାନେ । ଆଜିର ସମୟରେ ବହୁତ ଯୁବକ ଯୁବତୀ ନିଜ ପରିବାର ବିରୁଦ୍ଧରେ ଯାଇ ପ୍ରେମ ବିବାହ କରୁଛନ୍ତି ।

ପ୍ରେମରେ ରହିଲା ମାନେ ଆଉ କାହାକୁ ଡରନାହିଁ । ନା ଥାଏ ପରିବାର ଚିନ୍ତା ନା ଥାଏ ସମ୍ମାନର ଚିନ୍ତା । କେବଳ ଦେଖାଯାଏ ପ୍ରେମ ପ୍ରେମ ଆଉ କେବଳ ପ୍ରେମ । ଟ୍ରେନରେ ବାହା ହୋଇଥିବା ଏହି ପ୍ରେମୀ ଯୋଡି ବି ଘରୁ ଲୁଚିିକି ଚାଲିଆସିଛନ୍ତି । ନିଜ ପ୍ରେମକୁ ନାଁ ଦେଇ ନୂଆ ଜୀବନ ଗଢ଼ିବାକୁ । ଆଉ ଏହି ଯାତ୍ରାର ଆରମ୍ଭ ହୋଇଛି ଟ୍ରେନରୁ ।

ଚଳନ୍ତା ଟ୍ରେନରେ ବାହା ହୋଇଛନ୍ତି ଦୁଇ ଜଣ ଯାତ୍ରୀ । ଯାହାର ଫଟୋ ଭିଡିଓ ଖୁବ୍‌ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ଟ୍ରେନରେ ବି କିଏ ବାହା ହେଇପାରେ, ଏହି କଥା ହୁଏତ କାହାକୁ ବିଶ୍ୱାସ ହେବନି । କିନ୍ତୁ ଏହି ଭିହିଓକୁ ଦେଖିବା ପରେ ଆପଣଙ୍କୁ ବିଶ୍ୱାସ ହୋଇଯିବ ଯେ ଚଳନ୍ତା ଟ୍ରେନରେ ବି ବାହାଘର ହୋଇପାରେ । ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଟ୍ରେନରେ ପୂର୍ବରୁ ର୍ହି ବହୁତ ଯାତ୍ରୀଙ୍କ ଭିଡ ଲାଗିଛି । ଆଉ ଏହି ଭିଡ ଭିତରେ ପ୍ରେମିକ ଜଣକ ନିଜ ପ୍ରେମିକାକୁ କିଛି ବୁଝାଉଥିବା ନଜର ଆସୁଛି । ଆଉ ତାପରେ ପ୍ରେମିକାକୁ ନେଇ ଆଲିଙ୍ଗନ ମଧ୍ୟ କରୁଛି । ଆଉ ସାତ୍ତ୍ୱନା ଦେଇ ବସିବାକୁ ମଧ୍ୟ କହୁଛି ।

ଆଉ ଯେତେବେଳେ ଝିଅଟି ଟ୍ରେନ ସିଟରେ ବସୁଛନ୍ତି ସେତିକିବେଳେ ଯୁବକ ଜଣଙ୍କ ହାତରେ ଧରିଥିବା ମଙ୍ଗଳସୂତ୍ର ଝିଅଟିର ବେକରେ ପିନ୍ଧାଇ ଦେଉଛନ୍ତି । ଆଉ ପାଖରେ ବସିଥିବା ଜଣେ ଯାତ୍ରୀ ନିଜ ପାଖରେ ରଖିଥିବା ଫୁଲ ମାଳରୁ ଗୋଟିଏ ମାଳ ଯୁବକକୁ ଆଉ ଗୋଟେ ମାଳ ଯୁବତୀଙ୍କୁ ଦେଉଛନ୍ତି । ହାର ନେବା ପରେ ଯୁବତୀ ଜଣଙ୍କ ଛିଡା ହୋଇ ପରଷ୍ପରକୁ ମାଳ ବି ପିନ୍ଧାଉଛନ୍ତି । ଆଉ ଏହ ସମୟରେ ସାକ୍ଷୀ ରହୁଛନ୍ତି ସେହି କୋଚରେ ବସିଥିବା ଅନ୍ୟ ଯାତ୍ରୀମାନେ । ଟ୍ରେନରେ ସାକ୍ଷୀ ରହିଥିବା ଏହ ଯାତ୍ରୀମାନେ ଏହି ନିଆରା ବାହାଘରକୁ ନିଜ ମୋବାଇଲରେ କଏଦ କରିନେଇଥିଲେ । ଆସନସୋଲ-ଯଶିଡିହ ଟ୍ରେନ୍‌ରେ ଏହି ବିବାହ ହୋଇଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି।

ଏହି ଭିଡିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟ max_sudama_1999ରେ ପୋଷ୍ଟ କରାଯାଇଛି ।ସୋସିଆଲ ମିଡିଆରେ ଏହି ନିଆରା ବିବାହର ଭାଇରାଲ ଭିଡିଓକୁ ନେଇ ଅନେକ ଲୋକ କମେଣ୍ଟ କରିଛନ୍ତି। ଜଣେ ୟୁଜର ଟୁଇଟ୍ କରି ଲେଖିଛନ୍ତି, ‘ୟେ କୈସା ପ୍ୟାର୍ ହୈ?’। ଏହାକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ଦେଉଛନ୍ତି । ଆଉ ଦର୍ଶକବନ୍ଧୁ ଏହି ବାହାଘରକୁ ଦେଖି ଆପଣଙ୍କର ମତ କଣ ଆମକୁ କମେଣ୍ଟରେ ନିଶ୍ଚୟ ଲେଖି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *