ଘରେ ପଶିଲା ଅହିରାଜ

ଫୋକସ ପ୍ଲସ(ନୟାଗଡ଼): ଗତକାଲି ରବିବାର ଦିନ ବିଳମ୍ବିତ ରାତିରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ନିକଟସ୍ଥ ମଶାବରି ଗ୍ରାମର ଭରତ ଜେନାଙ୍କ ରୋଷେଇ ଘରୁ କିଛି ଶବ୍ଦ ଶୁଣିବାକୁ ମିଳିଥିଲା | ଭରତ ଜେନା ଝିଅ କଣ ଶବ୍ଦ ଆସୁଛି କହି ରୋଷେଇ ଘରକୁ ଦେଖିବାକୁ ଯାଇଥିଲେ |ଆଉ ଶେଷରେ ସେ ଯାହା ଦେଖିଥିଲେ ଭୟରେ ସ୍ତବ୍ଧ ହୋଇ ଥରିବାକୁ ଲାଗିଲେ |ଏବଂ ଜୋରେ ଚିତ୍କାର କରିବାରୁ ପରିବାର ଲୋକେ ଝିଅର ଚିତ୍କାର ଶୁଣି ଦୌଡ଼ି ଆସିଲେ |ଆଉ ଦେଖିବାକୁ ପାଇଥିଲେ ଏକ ୧୨ ଫୁଟର ଅହିରାଜ ସାପ ରୋଷେଇ ଘରେ ଫଣା ଟେକି ଠିଆ ହୋଇଛି |ପରିଶେଷରେ ପରିବାର ଲୋକେ ଗ୍ରାମ ବାସିଙ୍କ ସହଯୋଗରେ ସ୍ନେକ ହେଲ୍ପ ଲାଇନ କୁ ଯୋଗାଯୋଗ କରିଥିଲେ |

ହେଲ୍ପ ଲାଇନର କର୍ମକର୍ତ୍ତା ଜଗନ୍ନାଥଙ୍କ କୌଶଳ କ୍ରମେ ସାପ ଟିକୁ ଉଦ୍ଧାର କରାଯାଇ ଗଳୟସିଙ୍ଗ ଜଙ୍ଗଲ ପାଦଦେଶରେ ଛଡ଼ାଯାଇଥିଲା |ସୂଚନା ଅନୁଯାୟୀ ଏହି ଭୟଙ୍କର ବିଷାକ୍ତ ଅହିରାଜ ସାପଟି କାହାରିକୁ କ୍ଷତି ପହଞ୍ଚାଇ ନାହିଁ |ତେବେ ଏହି ବିଶାଳ ସାପଟିକୁ ଦେଖି ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳି ଯାଇଥିଲା |

ନୟାଗଡ଼ ଓଡଗାଁ ରୁ କାଁହୁ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *