ଘର ଘର ତ୍ରିରଙ୍ଗା କୁ ନେଇ ବାର୍ତ୍ତା

ଫୋକସ ପ୍ଲସ(କୋରାପୁଟ)୦୬/୦୮/୨୦୨୨ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଢ଼ା ପଦର ପଞ୍ଚାୟତ ସଦରମହକୁମା ଠାରେ ଆଜି ଘର କୁ ଘର କିଭଳି ଜାତୀୟ ପତାକା ଉତ୍ତୋଳନ କରାଯିବ ସେ ନେଇ ଜାତୀୟ ଡାକ ବିଭାଗ ପକ୍ଷରୁ ପ୍ରଭାତ ଫେରି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଡାକ ମାଷ୍ଟର କେ, ନରସିଂହ ରାଓ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା। ଏଥିରେ କୋରାପୁଟ ଜିଲ୍ଲା ଡାକ ବିଭାଗ ଏ ,ଏସ୍ ,ପି, ପରମା ନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଏକ ଉଦେଶ୍ୟ ରହିଛି। ଭାରତ ସ୍ବାଧୀନ ତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି ର ଅମୃତ ମହୋତ୍ସବ କାର୍ଯ୍ୟ କ୍ରମ ଚାଲିଛି। ଏହି ଅବସରରେ ଭାରତ ସରକାରଙ୍କ ଆହ୍ବାନ କ୍ରମେ ଯେ ଭଳି ପ୍ରତ୍ୟେକ କଣ ଅଣୁକଣ ଅଞ୍ଚଳର ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରାଯିବ ସେଥିପାଇଁ ଡାକ ବିଭାଗ କୁ ଦାୟିତ୍ଵ ଦେଇଛନ୍ତି। ଏହି ଲକ୍ଷ୍ୟ ନେଇ ଆଜି ପ୍ରଭାତ ଫେରି ତଥା ଜନ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ଏ ଏସ୍ ପି । ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଟି ଆସନ୍ତା ଅଗଷ୍ଟ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏଭଳି ଜନ ସଚେତନତା ଜାରି ରହିବ। ତେଣୁ ସମସ୍ତେ ଲୋକ ସଚେତନତା ହୋଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ଲାଗି ସମସ୍ତ ଙ୍କୁ ନିବେଦନ କରିଥିଲେ। ନିଜ ନିଜ ଅଞ୍ଚଳର ଡାକ ଘରେ ଯାଇ ୨୫ ଟଙ୍କା ଦରରେ ପତାକା କିଣି ଉତ୍ତୋଳନ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବେଢ଼ା ପଦର ସ୍କୁଲ ଠାରୁ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ,ସମାଜ ସେବୀ,ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ସଭା ଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା କରିଥିଲେ।ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପତାକା ଉତ୍ତୋଳନ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଲିଟୁ ମହାନ୍ତି, ସମାଜ ସେବୀ ଚନ୍ଦ୍ର ସେନ ଗରଡା, ପ୍ରଫୁଲ୍ଲ କୁମାର ପରିଡ଼ା, ଆଶିଷ କୁମାର ଚେଟୀ, ଶୁକ୍ରୁ ପ୍ରଧାନୀ, ସମେତ ,ଲୁଲା, ପିଣ୍ଡା ପଦର, ଦଶମନ୍ତପୁର ଡୁମ୍ବା ଗୁଡା, ଗିର୍ଲି ଗୁମା ଭଳି ବିଭିନ୍ନ ଅଞ୍ଚଳର ଡାକ କର୍ମଚାରୀ ମାନେ ସାମିଲ୍ ହୋଇ ଥିଲେ।

Leave a Reply

Your email address will not be published. Required fields are marked *