ଘର ତାଲା ଭାଙ୍ଗି ଲୁଟ୍

ଫୋକସ ପ୍ଲସ 16/3/23(ବ୍ୟୁରୋ):ଅପରାଧୀ ଙ୍କ ଆଡ୍ଡା ପାଲଟିଛି ଚାନ୍ଦୋଳ ଅଞ୍ଚଳ ଘରେ କେହିନଥିବା ବେଳେ ଦୁର୍ବୁତ୍ତ ମାନେ ଘରେ ପସି ଜଣେ ଅବସର ପ୍ରାପ୍ତ ସରକାରୀ ଶିକ୍ଷକ ଙ୍କ ଘରୁ ସାତ ଲକ୍ଷ୍ୟ ଟଙ୍କା ର ସୁନା ଗହଣା ଓ ନଗଦ ଦେଢ଼ ଲକ୍ଷ୍ୟ ଟଙ୍କା ଲୁଟ କରିଛନ୍ତି. ଡେରାବିଶ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ କନ୍ତୁରେଇ ବାଙ୍କୀ ମୁଣ୍ଡାଇ ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ଅଜୟ କୁମାର ରାଉତ ଙ୍କ ଘରେବିଳମ୍ବିତ ରାତିରେ କେହି ନଥିବା ବେଳେ କିଛି ଦୁର୍ବୁତ୍ତ ଘର କବାଟ ତାଲା ଭାଙ୍ଗି ପଶି ୭ ଲକ୍ଷ୍ୟ ଟଙ୍କା ର ସୁନା ଗହଣା ସହ ଦେଢ଼ ଲକ୍ଷ ନଗଦ ଟଙ୍କା ଚୋରି କରି ନେଇଛନ୍ତି. ଅଜୟ କୁମାର ରାଉତ ଓ ତାଙ୍କ ପରିବାର ଲୋକ ଘରେ ତାଲା ପକାଇ ଭୁବନେଶ୍ୱର ଯାଇଥିବା ବେଳେ ଦୁର୍ବୁତ୍ତ ମାନେ ସୁଯଗ ଦେଖି ବିଳମ୍ବିତ ରାତି ରେ ଘର ତାଲା ଭାଙ୍ଗି ପଶିଥିଲେ…ଘରେ ଲାଗିଥିବା ସିସି ଟିଭି ଗୁଡିକୁ ଭାଙ୍ଗି ଦେଇଥିଲେ. ତା ପରେ ଘର ର ଗଡ଼ରେଜ ଓ ଆଲମାରୀ ଭାଙ୍ଗି ସୁନା, ଗହଣା ଓ ଟଙ୍କା ଲୁଟିଥିଲେ.ପର ଦିନ ଖବର ପାଇ ଅଜୟ ଓ ତାଙ୍କ ପତ୍ନୀ ନିଜ ଘରେ ପହଂଚି ଦୁର୍ବୁତ୍ତ ଙ୍କ କାରନାମା ଦେଖିଥିଲେ ଓ ସିସି ଟିଭି ରେ ଚୋର ପଶିଥିବା ର କିଛି ଫୁଟେଜ କଏଦ ହୋଇଥିଲା…ଅଜୟ ଓ ତାଙ୍କ ସ୍ତ୍ରୀ ନିକଟସ୍ତ ଚାନ୍ଦୋଳ ଫାଣ୍ଡି ଓ କେନ୍ଦ୍ରାପଡ଼ା ସଦର ଥାନା ରେ ଅଭିଯୋଗ କରିଥିଲେ..ଘଟଣା କୁ କେନ୍ଦ୍ର କରି ସଦର ପୋଲିଶ ଚୋରି ଓ ଲୁଟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି. ଆଜି ସାଇଣ୍ଟିଫାଇଲ ଟିମ ଅପରାହ୍ନ ରେ ପହଂଚି ଅଧିକ ତଦନ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *