ଘାଟିରେ ଓଲୋଟିଲା ସିମେଣ୍ଟ ବୋଝେଇ ଟ୍ରକ

ଫୋକସ ପ୍ଲସ ୩୧/୫/୨୨(କନ୍ଧମାଳ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମଣ୍ଡାକିଆ ପଂଚାୟତ ର ଗଡିଶିଲା ଘାଟି ରେ ସକାଳୁ ସକାଳୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଦୁର୍ଘଟଣା ଘଟି ଥିବା ଦେଖିବାକୁ ମିଳିଅଛି।ସୂଚନା ଥାଉ କି ସିମେଣ୍ଟ ଭର୍ତି ଟ୍ରକ୍ ଟି ବୌଦ୍ଧ ରୁ ରାଇକିଆ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ଟି ଓଲୋଟି ପଡ଼ିଥିଲା।କୌଣସି ସୂତ୍ର ରୁ ରାଇକିଆ ଥାନା ଅଧିକାରୀ ଖବର ପାଇବା ପରେ ତାଙ୍କ ନିର୍ଦ୍ଧେଶ କ୍ରମେ ଘଟଣା ସ୍ଥଳ ରେ ASI ଅଶୋକ ତ୍ରିପାଠୀ ଓ ତାଙ୍କ ସହଯୋଗୀ ପହଞ୍ଚି ଡ଼୍ରାଇଭର କୁ ଉଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ ଏବଂ ସମସ୍ତ ସିମେଣ୍ଟ ବସ୍ତା ଗୁଡ଼ିକ ର କୌଣସି କ୍ଷୟକ୍ଷତି ନ ହୁଏ ସେଥିପ୍ରତି ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଥିଲା। ଏଠି ପ୍ରଶ୍ନ ଉଠୁଚି ଯେ କନ୍ଧମାଳ ଜିଲ୍ଲା ଏକ ପାହାଡ଼ ଜଙ୍ଗଲ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ଅନ୍ୟ ଜିଲ୍ଲା ବା ରାଜ୍ୟ ରୁ ଆସୁଥିବା ବିଭିନ୍ନ ଗାଡ଼ି ଚାଳକ ଙ୍କ ଦ୍ଵାରା ବାରମ୍ବାର ଦୁର୍ଘଟଣା ଘଟି ଧନ,ଜୀବନ ନଷ୍ଟ ହେଉଥିଲେ ସୁଦ୍ଧା ପ୍ରଶାସନ ତରଫରୁ ସେହି ଭଳି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ନ ଯିବାର କାରଣ କଣ ବୋଲି ବୁଦ୍ଧିଜୀବୀ ଙ୍କ ମନ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କନ୍ଧମାଳ ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *