ଘୁନସର ଠାରେ 5-T ହାଇସ୍କୁଲ ରୂପାନ୍ତରିତ କାର୍ଯକ୍ରମ

ଫୋକସ ପ୍ଲସ(ଉଦଳା)୧୦/୦୯/୨୦୨୨: ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପରିବର୍ତ୍ତନ ଆଣିଛନ୍ତି | ସେହି ପରିପ୍ରେକ୍ଷୀରେ ପ୍ରତ୍ୟକ ଜିଲ୍ଲାରେ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟକାରୀ ହୋଇସାରିଛି | କିପରି ଶିକ୍ଷାର୍ଥୀ ମାନେ ଉଚିତ ଶିକ୍ଷା ପାଇପାରିବେ ସେ ଦିଗରେ ସେ ସରକାର ଅନେକ ଯୋଜନା ପାଇଁ ପଦକ୍ଷେପ ନେଉଛନ୍ତି | ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସରରେ ଥିବା ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ-ଶିକ୍ଷକ ଐଶ୍ୱର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷ ତାରେ 5-t ବିଦ୍ୟାଳୟର ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବରେ ଘୁନସର ସରପଞ୍ଚଙ୍କ (ସ୍ୱାମୀ) ଜ୍ୟୋତିଷ ସାହୁ ଏବଂ ସମ୍ମାନନିୟ ଅତିଥି ଭାବରେ ପୂର୍ବତନ ସମ୍ପାଦକ ମାୟାଧର ସାହୁ, ଭୋଜରାଜ ସାହୁ,ସମାଜସେବୀ ମୋହନ ସୁନା,କଳ୍ପତରୁ ମାଝୀ,ସିଆରସିସି ଶାନ୍ତନୁ ମିଶ୍ର ମଞ୍ଚାସିନ ଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର /ଛାତ୍ରୀ ଅଭିଭାବକ, SMC କମିଟିର ସଭ୍ୟ /ସଭ୍ୟା, ପରିଚାଳନା କମିଟି, ଏବଂ ଶିକ୍ଷକ /ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *