ଘୁମୁସର ଜିଲ୍ଲା ଦାବିରେ 12 ଘଣ୍ଟିଆ ବୁଗୁଡ଼ା ବନ୍ଦ

ଗଞ୍ଜାମ: ଘୁମୁସର ଜିଲ୍ଲା ଗଠନ ଦାବିରେ ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳ ରେ 12 ଘଣ୍ଟିଆ ବନ୍ଦ ପାଳନ ହୋଇଛି | ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ରେ ଅଂଚଳର ସମସ୍ତ ଅନୁଷ୍ଠାନ, ସଂଘ, ବୁଦ୍ଧିଜୀବୀ, ଛାତ୍ର ସଂଗଠନ ଏହି ବନ୍ଦ ପାଳନରେ ସାମିଲ ହୋଇ କରସିଙ୍ଗି ଠାରୁ ବାଲିପଦର ଓ ବୁଗୁଡ଼ା ଏନଏସି ରେ, ଅତ୍ୟାବଶକୀୟ ସେବାକୁ ଛାଡି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଯାନବାହାନ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି | ଏହି ବନ୍ଦ କୁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ବିଭିନ୍ନ ଛକ ଛକ ରେ ପୋଷ୍ଟର ଲଗାଇ ଶାନ୍ତିପୂର୍ଣ ପ୍ରତିବାଦ କରିଛନ୍ତି,ତେବେ ଦୀର୍ଘ ତିରିଶି ବର୍ଷ ଧରି ଘୁମୁସର ଜିଲ୍ଲା ଗଠନ ଦାବି ହୋଇ ଆସୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି | ଆଗାମୀ ଦିନରେ ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବା ନେଇ କହିଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ |

Leave a Reply

Your email address will not be published. Required fields are marked *