ଫୋକସ ପ୍ଲସ (କେନ୍ଦୁଝର)୨୯/୦୬/୨୦୨୨: ବହୁ ତର୍କବିତର୍କ ମଧ୍ୟରେ ଘୋଷଯାତ୍ରା ମଧ୍ୟରେ ଗଢ଼ା ଚାଲିଛି କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ । ଯାହାର ଉଚ୍ଚତା ୭୨ ଫୁଟ ଓ ପ୍ରସ୍ଥ ୪୫ ଫୁଟ ଯାହା ପାଇଁ ବିଶ୍ଵର ସର୍ବବୃହତ ରଥ ହିସାବରେ ଗିନିଜ୍ ବୁକ୍ ରେ ସ୍ଥାନ ପାଇଛି । ଯାତ୍ରା ପାଇଁ ବଡଦାଣ୍ଡା କୁ ସମ୍ପୁର୍ଣ୍ଣ ଭାବରେ ନୂତନ ଭାବରେ ସଜାଯାଇଛି । ସତେ ଯେମିତି ଜଗନ୍ନାଥ ମୟ ହୋଇ ଉଠିଛି ।କରୋନା ପାଇଁ ୨ ବର୍ଷ ପାଇଁ ଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ଘୋଷଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ବଢି ଯାଇଛି ।ସୁରୁଖୁରୁ ରେ ରଥଯାତ୍ରା ସମାପନ କରିବା ପାଇଁ ଏଠାରେ ପ୍ରଶାଶନ ତଥା ଦେବତ୍ତର ବିଭାଗ ତରଫରୁ ପୂର୍ଣ୍ଣ ପ୍ରୟାଶ ଯାରି ରହିଛି ।ରଥ କାମ ମଧ୍ୟ ସରିବା ଉପରେ ବୋଲି କହିଛନ୍ତି ରଥ ମହାରଣା ।ଆଦିବାସୀ ଅଧ୍ୟୁସିତ କେନ୍ଦୁଝର ଜିଲାରେ ମଧ୍ୟ ପରମ୍ପରା ନିଆରା । ତା ସହିତ ଏଠାରେ ଭୂୟାଁ ଓ ଜୁଆଙ୍ଗ ମାନଙ୍କ ଦ୍ଵାରା ନନ୍ଦିଘୋଷ ପାଇଁ ପଳଷା ଦଉଡ଼ି ଯୋଗାଇ ଦିଆଯିବାର ପରମ୍ପରା ଥିବା ବେଳେ ରଥରେ ଏହି ସମ୍ପ୍ରଦାୟ ଦ୍ଵାରା ଶ୍ରୀଜୀଉ ଙ୍କୁ ବିଭିନ୍ନ ଭେଟି ଦିଆଯିବାର ପରମ୍ପରା ରହିଛି । ତେବେ ଦେବତ୍ତର ବିଭାଗ ଅଧିକାରୀ ତଥା ଉପଜିଲାପାଳ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟ ରେ ବୋଲି ଶୁଚନା ଦେଇଛନ୍ତି |
କେନ୍ଦୁଝର ରୁ ଲୋକନାଥ ମିଶ୍ର ଙ୍କ ରିପୋର୍ଟ |