ଚକ୍ରବ୍ୟୁହରେ ସରପଞ୍ଚ

ଫୋକସ ପ୍ଲସ ୧୪/୬/୨୨ (ନର୍ଲା ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗପୂର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିପଲ୍ ପଦର୍ ଗାଁ ର ଜଗବନ୍ଧୁ ନାଏକ ବାଗପୂରର ନବ ନିର୍ବାଚିତ ସରପଞ୍ଚ ଗୋପାଳ ହାତୀଙ୍କ ବିରୁଦ୍ଧରେ ଇଟା ଚୋରି କରିଥିବା ନେଇ ଏକ ଅଭିଯୋଗ ନର୍ଲା ଥାନାରେ ଦାୟର କରିଛନ୍ତି | ନର୍ଲା ଥାନା ଡି ଏସ ପି ସମ୍ବିତ ମାଝି ମଧ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ଆଇ ପି ସି ଧାରା ୩୭୯ ରେ ଏକ ମାମଲା ରୁଜୁ କରିଛନ୍ତି | କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ପ୍ରକାର ଜଣା ପଡୁଛି | ବାଗପୁର ସରପଞ୍ଚଙ୍କ ବିରୁଦ୍ଧରେ କିଛି ମୁଷ୍ଟିମୟ ରାଜନୈତିକ ବ୍ୟକ୍ତି ଏକ ବଡ଼ ଧରଣର ଷଡ଼ଯନ୍ତ୍ର ରଚିଥିବା ଆଲୋଚନା ହେଉଛି | ଘଟଣା ବାବଦରେ ଗୋପାଳ ହାତୀଙ୍କୁ ପଚାରି ବୁଝିବାରୁ ଶ୍ରୀ ହାତୀ କହିଛନ୍ତି ରଥ ବାଗ ଓ ରିମାଞ୍ଚଲ୍ ସାହୁ ଟୁକୁ ନାଏକଙ୍କ ଇଟା ଭାଟି ରୁ ଇଟା ନେବା ପାଇଁ ମୋ ଟ୍ରାକ୍ଟର ଡ଼୍ରାଇଭରଙ୍କ ସହ କଥା ହେଇ ଟ୍ରାକ୍ଟର ଭଡ଼ାରେ ନେଇଥିଲେ | କିନ୍ତୁ ଭୁଲ ବଶତଃ ଶ୍ରମିକ ମାନେ ଜାଣି ନପାରି ଜଗବନ୍ଧୁ ନାଏକଙ୍କ ଇଟା ଭାଟି ରୁ ପାଖା ପାଖି ୩୦୦ ରୁ ୪୦୦ ଇଟା ଟ୍ରାକ୍ଟର ରେ ଲୋଡ୍ କରିଥିଲେ | ପରେ ଟୁକୁ ନାଏକ ଆସି ଶ୍ରମିକ ମାନଙ୍କୁ କହିଥିଲେ ଏହି ଇଟାଭାଟି ମୋର ନୁହେଁ ଆପଣ ମାନେ ମୋଭାଇ ଜଗବନ୍ଧୁ ନାଏକ ର ଇଟା ଭାଟି ରୁ ଇଟା ଲୋଡ କରୁଛନ୍ତି | ଆପଣ ଏହି ଇଟାକୁ ପୁନର୍ବାର ରଖିଦିଅନ୍ତୁ ବୋଲି କହିବା ସହ ତାଙ୍କ ଇଟାଭାଟିକୁ ନେଇଥିଲେ | ଏଠି ପ୍ରଶ୍ନ ଉଠୁଛି ଆଉ ଇଟା ଚୋରି ହେଲା କେତେବେଳେ ? କିନ୍ତୁ ଦୁର୍ଭାଗ୍ୟ ର ବିଷୟ ନର୍ଲା ପୋଲିସ ଜଣେ ସାଧାରଣ ଲୋକର କଥାକୁ ଗୁରୁତ୍ଵ ଦେଇ ବିନା ସାକ୍ଷୀ,ବିନା ପ୍ରମାଣ ରେ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବିରୁଦ୍ଧରେ କେସ ରୁଜୁ କଲେ | ବିନା ଚୋରି ରେ ବିଭିନ୍ନ ମହଲ ରୁ ନିନ୍ଦା ଅପମାନ ର ଶିକାର ହେଲେ ବାଗପୂର୍ ସରପଞ୍ଚ | ପରେ ବିଭିନ୍ନ ମହୋଲ ରୁ ପୋଲିସ ଉପରେ ଚାପ ପଡ଼ିବାରୁ ପୋଲିସ ସାକ୍ଷୀ ମାନଙ୍କୁ ଡାକି ପଚରା ଉଚରା କରିବାରୁ ଟୁକୁ ନାଏକ,ଭାସ୍କର ନାଏକ, ବିଷ୍ଠୁ ନାଏକ,ଗଙ୍ଗା ରଣା,ଲଳିତ ରଣା,ରଥ ବାଗ,ରିମାଞ୍ଚଲ୍ ସାହୁ,ଗିର୍ଧାରି କରୁଆଁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ରାଜନୈତିକ ଷଡ଼ଯନ୍ତ୍ରର ଚକ୍ରବ୍ୟୁହରେ ସରପଞ୍ଚ ଗୋପାଳ ହାତୀଙ୍କୁ ଫଶାଇଛନ୍ତି ବୋଲି ସମସ୍ତ ସାକ୍ଷୀ ମତ ପ୍ରକାଶ କରିଛନ୍ତି | ଏଠାରେ ପ୍ରଶ୍ନ ଉଠୁଛି ନର୍ଲା ପୋଲିସ ଜଣେ ନିଷ୍କଳଙ୍କ ବ୍ୟକ୍ତି ସରପଞ୍ଚଙ୍କ ନାଁ ରେ ଏତଲା ଦାୟର କରି କଣ ବାର୍ତ୍ତା ଦେବାକୁ ଚାହୁଛି |

Leave a Reply

Your email address will not be published. Required fields are marked *