ଚନ୍ଦନ ଯାତ୍ରାବେଳେ ଅଘଟଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ଚାଲିଥିବା ଚନ୍ଦନ ଯାତ୍ରା ତୃତୀୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରା ଚାଲିଥିବା ବେଳେ କାଳବୈଶାଖୀ ବର୍ଷା ପବନ ହେବାରୁ ରାସ୍ତା ପାର୍ଶ୍ୱରେ ଥିବା ମୁଖ୍ୟ ବିଦ୍ୟୁତ୍ ଚାଳିତ ଗେଟ ଉପୁଡ଼ିପଡିଥିଲା। ଫଳରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ବଇଣ୍ଡା ପ୍ରାଥମିକ ଚିକିତ୍ସାଳୟ ଓ ପରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ଅଙ୍ଗପଡ଼ା ନତଦା ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଯାତ୍ରା କମିଟିର ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରବଳ ବର୍ଷା ଓ ଘଡ଼ଘଡି ସତ୍ତ୍ୱେ ଗେଟ ତଳେ ଚାପି ହୋଇ ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *