ଚର୍ଚ୍ଚାରେ ଅଣ୍ଡରଗ୍ରାଉଣ୍ଡ ରଜ ଦୋଳି

ଫୋକସ ପ୍ଲସ ୧୬/୬/୨୨(କେନ୍ଦୁଝରର): ଆମେ ସହରରେ ରହି ଆଧୁନିକତାକୁ ଆପଣେଇ ନିଜ ସଂସ୍କୃତି, ପରମ୍ପରାକୁ ଭୁଲି ଯାଉଥିବା ବେଳେ ଗ୍ରାମରେ ଲୋକେ ସେହି ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଯାହା ପରିଲକ୍ଷିତ ହୁଏ ବିଭିନ୍ନ ପର୍ବ ପର୍ବାଣୀରେ। ରାଜ୍ୟ ସାରା ପାଳନ କରାଯାଉଛି ଗଣପର୍ବ ରଜ । କିନ୍ତୁ ଓଡ଼ିଶାର ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାର ଏହା ଏକ ମୁଖ୍ୟ ପର୍ବ ଭାବରେ ବେଶ୍ ଜାକଜମକରେ ପାଳନ କରାଯାଇଛି। ଏହି ରଜପର୍ବରେ ଆମେ ଆପଣଙ୍କୁ ନେଇ ଚାଲୁଛୁ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ କୁ ଲାଗିରହିଥିବା କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର୍ ପଞ୍ଚାୟତର ଇଟାପୋଖରୀ ଗ୍ରାମକୁ । ମହାମାରୀ କୋରୋନା ଯୋଗୁ ଦୀର୍ଘ ଦୁଇ ବର୍ଷ ହେବ ରଜପର୍ବ ପାଲନ ହୋଇ ନଥିବା ବେଳେ ଚଳିତ ବର୍ଷ ଏଠାରେ ପାରମ୍ପରିକ ତଥା ମହା ଆଡମ୍ବର ସହକାରେ ପାଳନ କରାଯାଇଛି ରଜପର୍ବ। ରଙ୍ଗୀନ ତଥା ଆକର୍ଷଣୀୟ ତୋରଣ ସାଂଗକୁ ରଜଦୋଳି ଓ ପାରମ୍ପରିକ ଗୀତରେ ପ୍ରକମ୍ପିତ ହେଉଛି ସମଗ୍ର ଅଞ୍ଚଳ। ଏଥିରେ ମୁଖ୍ୟ ଆକର୍ଷଣର ବିନ୍ଦୁ ପାଲଟିଛି ଆୟୋଜକଙ୍କ ଦ୍ଵାରା ତିଆରି ହୋଇଥିବା ଭୁଇଁ ଦୋଳି। ଯାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି। ଆଉ ଏହି ନିଆରା ଦୋଳିକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ଭିଡ ଜମିଛି ଏବଂ ଏହି ଦୋଳିକୁ ନେଇ ଇଟାପୋଖରୀ ଗାଁ ଏବେ ରାଜ୍ୟବ୍ୟାପୀ ପରିଚିତ ହୋଇଛି। ଆସନ୍ତୁ ଏହି ରଜପର୍ବରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରୁ ରଜଦୋଳି ସାଙ୍ଗକୁ ପାରମ୍ପରିକ ନୃତ୍ୟ, ଗୀତକୁ ଉପଭୋଗ କରିବା ସହ କେନ୍ଦୁଝରିଆ ପରମ୍ପରାକୁ ଟିକିଏ ବୁଝିବାକୁ ଚେଷ୍ଟା କରିବ ।

ସୁନ୍ଦରଗଡ ରୁ ନଗେଶ ଚନ୍ଦ୍ର ପାଢୀଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *