ଚର୍ଚ୍ଚାରେ ଏବେ ଏହିଭଳି ଗୁରୁ ଓ ଶିଷ୍ୟର ସମ୍ପର୍କ

ଫୋକସ ପ୍ଲସ (କେନ୍ଦ୍ରାପଡ଼ା):ଦର୍ଶକ ବନ୍ଧୁ ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର | ଗୁରୁ ସାକ୍ଷ୍ୟାତ ପରଂବ୍ରହ୍ମ ତସମେଇଶ୍ରୀ ଗୁରବେ ନମଃ | ଜଣେ ଶିକ୍ଷକ ହେଉଛନ୍ତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସବୁକିଛି |ଜଣେ ଶିକ୍ଷକଙ୍କର ଉପଯୁକ୍ତ ଶିକ୍ଷ୍ୟା ଦାନ ଅନେକ ପିଲାଙ୍କୁ ସମାଜରେ ପ୍ରତିତିଷ୍ଠ କରାଇଥାଏ | ଏମିତି ଏକ ଉଦାହରଣ ପାଲଟିଛନ୍ତି କେନ୍ଦ୍ରାପଡ଼ା ର ରମେଶ ଚନ୍ଦ୍ର ଦାସ | ରମେଶ ସାର କୌଣସି ସରକାରୀ ବିଦ୍ୟାଳୟ ର ଶିକ୍ଷକ ନୁହନ୍ତି | ସେ ହେଉଛନ୍ତି ଜଣେ ଚାଟଶାଳୀ ଶିକ୍ଷକ | ପାଖା ପାଖି ଶହେରୁ ଉର୍ଦ୍ଧ ପିଲାମାନେ ପାଠ ପଢ଼ନ୍ତି ଏହି ରମେଶ ସାର ଙ୍କର ପାଖରେ | ପ୍ରତେକ ପିଲା ଙ୍କର ବୟସ ଦଶ ରୁ ବାର ବର୍ଷ ଭିତରେ | ପୁରା ଆଧ୍ୟାତ୍ମିକ ପରିସରରେ ପାଠ ପଢ଼ାନ୍ତି ରମେଶ ସାର |ଚାରିଗୋଟି ଜାଗାରେ ପାଠ ପଢ଼ାନ୍ତି ରମେଶ ସାର | ଗାଁ ରୁ ଗାଁ ବୁଲି ଗରିବ ଶ୍ରେଣୀର ପିଲାମାନଙ୍କୁ ପାଠ ପଢାଇଥାନ୍ତି |କାହାରି ଘରେ ନୁହେଁ ଗୃପ କରି ଗ୍ରାମରେ ଥିବା ମନ୍ଦିର ବେଢ଼ା ଭିତରେ ପାଠ ପଢାଇଥାନ୍ତି |

ପିଲାମାନଙ୍କୁ ପାଠ ପଢାଇ ସାରିବା ପରେ କିଛି ସମୟ ଭଗବାନଙ୍କର ନ|ମସଂକୀର୍ତ୍ତନ କରାଇ ପିଲାମାନଙ୍କୁ ଭଗବାନଙ୍କର ଭାବଧାରା ଉପରେ ବୁଝାଇଥାନ୍ତି | ଏମିତି ପିଲା ମାନଙ୍କୁ ବୁଝାଇବା ଦ୍ୱାରା ତାଙ୍କ ଭିତରେ ଭକ୍ତିର ବାତ|ବରଣ ସୃଷ୍ଟି ହେବ |ନା ପାରିଶ୍ରମିକର ଲୋଭ ଥାଏ,ନା ସମୟ ଅଭାବର ସଙ୍କଚ | ମାସ ମାସ ଧରି ପିଲାଙ୍କୁ ପାଠ ପଢାଇ ଯିଏ ଯେତିକି ଗୁରୁଙ୍କର ଦକ୍ଷିଣା ଦିଅନ୍ତି ସେଇଥିରେ ସନ୍ତୁଷ୍ଟ ହୋଇଥାନ୍ତି ରମେଶ ସାର | କେନ୍ଦ୍ରାପଡ଼ା ମୁନସିପାଲିଟି ଅନ୍ତର୍ଗତ ସାରଙ୍ଗ ଗ୍ରାମରେ ଜନ୍ମ ରମେଶ ସାର୍ ଙ୍କର ଘର | ନିଜ ଘର ପାଖର ଓସ୍ତପୁର ପଂଚାୟତ ଓ ଅନ୍ୟାନ ପଂଚାୟତରେ ବୁଲି ବୁଲି ପାଠ ପଢାଇ ଏକ ଉଦାହରଣ ସାଜିଛନ୍ତି ରମେଶ ସାର |

କେନ୍ଦ୍ରାପଡ଼ାରୁ ସତ୍ୟଜିତ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *