ଫୋକସ ପ୍ଲସ ୨/୨/୨୩(କେନ୍ଦ୍ରାପଡ଼ା):ଆଳିର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀଲଷ୍ମୀବରାହ ପୀଠ ଆଳି ସଡ଼କ ପଥରେ ଗଲେ କଟକ ଠାରୁ ଚାନ୍ଦବାଲି ୯୫କିଲୋମିଟର ଦୂର ଏବଂ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଠାରୁ ୩୫କିଲୋମିଟର ଦୂର ହେଉଛି ଆଳିର ପ୍ରଭୂ ଲକ୍ଷ୍ମୀବରାହ ଜୀଉଙ୍କ ମନ୍ଦିର ଅବସ୍ଥିତ l ଆଳିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହ ଜୀଉଙ୍କ ଜନ୍ମ ଜୟନ୍ତୀ ବା ବରାହ ଦ୍ୱାଦଶୀ ଦେମାଳ ୟୁଥ କ୍ଲବ ସଦସ୍ୟ ମାନଙ୍କ ପ୍ରଚେଷ୍ଟାରେ ଧୂମଧାମରେ ପାଳିତ ହୋଇଯାଇଛି |ବରାହ ଦ୍ୱାଦଶୀ ଉପଲକ୍ଷେ ଅଷ୍ଟପ୍ରହରୀ ଓ ହରିହାଟରେ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଥିଲା | ବରାହ ଦ୍ୱାଦଶୀରେ ପ୍ରତି ବର୍ଷ ବହୁ ଆଡମ୍ବରେ ପୂଜା ପାଆନ୍ତି ଆଳିର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଲକ୍ଷ୍ମୀବରାହ ଜୀଉ କିନ୍ତୁ ଗତ ଦୁଇ ବର୍ଷ ହେବ କୋଭିଡ ମହାମାରୀ ପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ଥିଲା ବେଳେ କିନ୍ତୁ ଚଳିତ ବର୍ଷ ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଓ କେନ୍ଦ୍ରାପଡ଼ା ଅଞ୍ଚଳର ଲୋକ ମାନଙ୍କ ବୋହୁ ମାତ୍ରାରେ ସମାଗମ ଦେଖିବାକୁ ମିଳିଥିଲା । ମାଘ ମାସ ଦ୍ଵାଦଶୀ ଦିନ ବଡ଼ି ଭୋରୁ ପହଡ଼ ଖୋଲିଲା ପରେ ମଙ୍ଗଳ ଆଳତି ହୁଏ, ଜୀଉଙ୍କ ସ୍ନାନ କାର୍ଯ୍ୟ ସମାପନ ପରେ ଆଳିର ବର୍ତ୍ତମାନ ଆଳି ରାଜା ଶ୍ରୀ ବ୍ରଜ କେଶରୀ ଦେବ ଓ ରାଣୀ ସାହେବାଙ୍କ ଉପସ୍ଥିତିରେ ଠାକୁରଙ୍କୁ ସେବକ ମାନେ ଅଭିଷେକ କରନ୍ତି ଏହା ପରେ ଶ୍ରୀ ଜିଉ ରଜାବେଶ ହୁଅନ୍ତି ଏହା ପରେ ସର୍ବ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳେ। ଏହା ସହ ସନ୍ଧ୍ୟା ସମୟରେ ୧୦୮ ନୈଷ୍ଠିକ ବ୍ରାହ୍ମଣଙ୍କ ଦ୍ଵାରା ହରିହାଟ ମହୋର୍ସବ ହେବା ସହ ନାମ ସଂକୀର୍ତ୍ତନରେ ମନ୍ଦିର ପରିବେଶ ମଧ୍ୟରେ ଏକ ଆଧ୍ୟାତ୍ମ୍ୟ ଭାବନା ଭରି ଉଠେ। ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନ ଙ୍କ ସମାବେଶରେ ସମଗ୍ର ଆଳି ଅଞ୍ଚଳ ଉତ୍ସଵ ମୁଖର ହୋଇଉଠିଛି।ଆଳି ଅଞ୍ଚଳର ଆରାଧ୍ୟ ଦେବତା କହିଲେ ପ୍ରଭୁ ଲଷ୍ମୀବରାହ l ତେଣୁ ବରାହ ଦ୍ୱାଦଶୀରେ ଆଳି ଚଳଚଞ୍ଚଳ ହୋଇପଡେ l ଛୋଟରୁ ବଡ଼ ସମସ୍ତେ ସାମିଲ ହୁଅନ୍ତି ପ୍ରଭୂଙ୍କ ଜନ୍ମଦିନକୁ ଭବ୍ୟ ଆଡମ୍ବରରେ ପାଳନ କରାଯାଏ l ପୋଲିସ ମଧ୍ୟ ଆଜିର ଭିଡ଼କୁ ଲକ୍ଷ୍ୟ କରି ପୁରା ସଜାଗ ରହିଥାଏ l କାରଣ ଆଜିର ଦିନରେ ପାଖାପାଖି ୫୦ ହାଜରରୁ ଉର୍ଦ୍ଧ ଲୋକମାନଙ୍କ ଜନସାମାଗମକୁ ଲକ୍ଷ୍ୟ କରି ପୋଲିସ ପୁରା ପ୍ରସ୍ତୁତ ଥିବା ଦେଖିବାକୁ ମିଳେ lଲୋକମାନଙ୍କ କେବଳ ଆ ସ୍ଥା ରହିଛି ତାହା ନୁହେଁ ସେମାନଙ୍କ ବିଶ୍ୱାସ ରହିଛି ଯେ ବରାହ ଦ୍ୱାଦଶୀ ଦିନ ପ୍ରଭୁ ଶ୍ରୀ ଲଷ୍ମୀବରାହ ଜୀଉ ଙ୍କୁ ସପରିବାରେ ଦର୍ଶନ କଲେ ଠାକୁର ଙ୍କ କୃପାଦୃଷ୍ଟି ପଡେ ଓ ଭକ୍ତ ଙ୍କୁ ଶୁଭଫଳ ମିଳେ ବୋଲି ସାଧାରଣ ଭକ୍ତ ଙ୍କ ବିଶ୍ୱାସ ଓ ଭରସା ରହିଛି ଯାହା ଏହି ଦିନରେ ଦେଖିବାକୁ ମିଳିଥିଲା l ଆଳି ରୁ ସମ୍ବିତ ନାୟକ ଙ୍କ ରିପୋର୍ଟ