ଚାଉଳ ଦୁର୍ନୀତି ଘଟଣା, ନିର୍ଦ୍ଦୋଶ ସିଆସିସିଙ୍କ ଉପରେ କାର୍ଯାନୁଷ୍ଠାନ

ଫୋକସ ପ୍ଲସ (କୋରାପୁଟ)୨୭/୦୭/୨୦୨୨: ସରକାର ପିଏମ୍ ପୋଷଣ ଯୋଜନାରେ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ହୋଇଥିବା ଅନିୟମିତତା ଅଭିଯୋଗକୁ ଆଧାର କରି କୋରାପୁଟ ଜିଲ୍ଲାରେ ପିଏମ୍ ପୋଷଣ ଯୋଜନାରେ ସଂପୃକ୍ତ ଥିବା ଗଣ ଶିକ୍ଷା ବିଭାଗର ୧୧୪ ଜଣ ସିଆରସିସି ଙ୍କୁ ପରିବର୍ତ୍ତନ କରିବା ସହ ଜିଲ୍ଲାର ସମସ୍ତ ୧୩ ଜଣ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣକୁ ଠିକ୍ ଭାବେ ନିରୀକ୍ଷଣ କରିନଥିବା ଅଭିଯୋଗରେ ବହିଷ୍କାର କରିବା ପାଇଁ ପିଏମ୍ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ସମ୍ବିତ କୁମାର ନାୟକ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ମାଧ୍ୟମରେ ଜଣାଇବା ପରେ ସିଆରସିସି ଓ ଡାଟାଏଣ୍ଟ୍ରି ଅପ୍ରେଟରଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗତ କିଛିଦିନ ପୂର୍ବେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର ମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିବା ବେଳେ ଆଜି କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିନାଥ ହରିଜନଙ୍କ ନେତୃତ୍ୱରେ ଶତାଧିକ ସିଆରସିସି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ରାଜ୍ୟ ସରକାରଙ୍କ ଆଦେଶ ଉପରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଥିବା ଦେଖାଯାଇଛି। ସିଆରସିସି ଓ କମ୍ପ୍ୟୁଟର ଡାଟାଏଣ୍ଟ୍ରି ଅପରେଟରଙ୍କ ଦାବି ଯଥାର୍ଥ ବୋଲି ପ୍ରକାଶ କରି ବିଜେପି ର ଯୁବ ନେତା ଗୌତମ ସାମନ୍ତରାୟ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟି ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିବା ବେଳେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ସାରା ରାଜ୍ୟରେ ବ୍ୟାପିଥିବା ବେଳେ ଏହାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରିବା ପାଇଁ ବିଜେପି କର୍ମକର୍ତ୍ତା ଓ ସିଆରସିସି ମାନେ ଦାବୀ କରିଛନ୍ତି । ତେବେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ମାମଲାର ତଦନ୍ତ ଚାଲୁ ରହିଥିବା ବେଳେ ରିପୋର୍ଟ ହସ୍ତଗତ ହେଲେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

 

 

କୋରାପୁଟ ଜିଲ୍ଲା ରୁ କୁନା ଖରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *