ଚାଉଳ ବିକ୍ରି କରୁଥିଲେ ଧରାପଡ଼ିଲେ ସହକାରୀ ଶିକ୍ଷକ l

ଫୋକସ ପ୍ଲସ 6/12/2022(ବାଙ୍କୀ ): ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ପଂଚାୟତ କୁମୁସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଧନେଶ୍ୱର ସାହୁ ମାଧ୍ୟାନ୍ନ ଭୋଜନ ଚାଉଳକୁ ହଡପ କରି ନିକଟସ୍ଥ ଏକ ବ୍ୟବସାୟୀକୁ ବିକ୍ରି କରୁଥୁବା ସମୟରେ ପଡ଼ିଥିଲେ ଗ୍ରାମବାସୀଙ୍କ ହାବୁଡ଼ରେ l ଆଉ ଘଟଣା ସ୍ଥଳରୁ ନିଜର ବ୍ୟବହୁତ ବାଇକ ଗାଡି କୁ ଛାଡି ମାରିଛନ୍ତି ଚମ୍ପଟ l ସେପଟେ ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଘଟଣା ସ୍ଥଳରେ ପହଂଚିଛି ବାଙ୍କୀ ପୋଲିସ ଓ ବାଙ୍କୀ ବ୍ଲକ ମଣ୍ଡଳ ଅତିରିକ୍ତ ଶିକ୍ଷାଧିକାରୀ l କିଛି ଘଣ୍ଟା ପାଇଁ ଚାପା ଉତେଜନା ଦେଖିବାକୁ ମିଳିଥିଲା l ସେପଟେ ଏଭଳି ମାଧ୍ୟାନ୍ନ ଭୋଜନ ପାଇଁ ରହିଥିବା ଚାଉଳ କୁ ହରି ଲୁଟ କରି ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଶିକ୍ଷକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ପୋଲିସ ପ୍ରଶାସନ ଓ ଶିକ୍ଷା ଅଧିକାରୀଙ୍କ ନିକଟରେ ହେଲେ ଫେରାଦ l ଘଟଣା ସ୍ଥଳରୁ ୬ କୁଇଣ୍ଟାଲରୁ ଉର୍ଦ୍ଧ ଚାଉଳ ସହିତ ଚାଉଳ ଓଜନ ପାଇଁ ବ୍ୟବହୃତ ହୋଇଥିବା ମେସିନ କଣ୍ଟା କୁ ଜବତ l ସୂଚନା ଥାଉକି ଆଜି ଅପରାହ୍ନ ୫ ଘଂଟିକା ସମୟରେ ବିଦ୍ୟାଳୟର ଛୁଟି ସମୟ ଅତିବାହିତ କରିସାରିଥିବା ବେଳେ ଏହାର ସୁଯୋଗ ନେଇ ବିଦ୍ୟାଳୟ ଅଫିସ ଗୃହରେ ରହିଥିବା ସରକାରୀ ଚାଉଳ କୁ ବ୍ୟବସାୟୀଙ୍କୁ କରୁଥିଲେ ବିକ୍ରୀ ଉକ୍ତ ସହକାରୀ ଶିକ୍ଷକ ଯାହାକୁ ନେଇ ଏବେ ଧରାପଡ଼ି ଯାଇଛନ୍ତି ଗ୍ରାମବାସୀ ନିକଟରେ l ଚାଉଳ ଓଜନ ମେସିନ ଆଣି କାହଁକି ବେପାରୀଙ୍କୁ ବିକ୍ରି କରୁଛନ୍ତି ବୋଲି କରିଥିଲେ ପ୍ରଶ୍ନ l ମାତ୍ର ଶିକ୍ଷକ ଜଣଙ୍କ ଦେଇପାରି ନଥିଲେ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ନିଜର ବ୍ୟବହୃତ ବାଇକକୁ ଛାଡି ଘଟଣା ସ୍ଥଳରୁ ମାରିଛନ୍ତି ଚମ୍ପଟ l ଏ ନେଇ ଗ୍ରାମବାସୀ ମାନେ ବାଙ୍କୀ ଥାନା କୁ ଦେଇଥିଲେ ସୂଚନା l ଏବେ ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ପୋଲିସ ଓ ବାଙ୍କୀ ବ୍ଲକର ମଣ୍ଡଳ ଅତିରିକ୍ତ ଶିକ୍ଷା ଅଧିକାରୀ ରୂକ ନାୟକ ପହଂଚି ଉକ୍ତ ଚାଉଳ ବସ୍ତା ଗୁଡିକୁ ଜବତ କରି ତଦନ୍ତ ଜାରି l ଜବତ ହୋଇଥିବା ଚାଉଳ ୬ କୁଇଣ୍ଟାଲ ରୁ ଉର୍ଦ୍ଧ ହେବ ବୋଲି ମିଳିଛି ସୂଚନା l ସେପଟେ ଏଭଳି ସ୍କୁଲରୁ ଚାଉଳ ଚୋରି ଘଟଣା କୁ ନେଇ କିଛି ଘଣ୍ଟା ପାଇଁ ଚାପା ଉତେଜନା ଦେଖିବାକୁ ମିଳିଥିଲା l ଏବେ ଏଭଳି ସରକାରୀ ମାଧ୍ୟାନ୍ନ ଭୋଜନ ପାଇଁ ଆସୁଥିବା ଚାଉଳ କୁ ଯେଉଁ ଭଳି ଭାବେ ହରିଲୁଟ କରି ବ୍ୟବସାୟୀ ବିକ୍ରି କରିବାକୁ ଉଦ୍ୟମ କରଥିବା ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସାହୁ ଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *