ଚାକିରି ଖୋଜୁଥିବା ଯୁବକ,ଯୁବତୀଙ୍କ ପାଇଁ ଖୁସି ଖବର

ଫୋକସ ପ୍ଲସ 5/2/2023 (ବ୍ୟୁରୋ): ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ ଲିମିଟେଡ (ଏଆଇଏଏସଏଲ) ପକ୍ଷରୁ ୧୬୬ଟି ପଦବୀ ନିମନ୍ତେ ବାହାରିଛି ବିଜ୍ଞାପନ । ଡ୍ୟୁଟି ଅଫିସର,କଷ୍ଟମର ସର୍ଭିସ ଏକଜିକ୍ୟୁଟିଭ, ୟୁଟିଲିଟି ଏଜେଣ୍ଟ କମ୍ ରାମ୍ପ ଡ୍ରାଇଭର, ପ୍ରାର୍ଥୀଙ୍କୁ ହାଣ୍ଡିମ୍ୟାନ, ଜୁନିୟର ଅଫିସର ଟେକ୍ନିକାଲ, କଷ୍ଟମର ସର୍ଭିସ ଏକଜିକ୍ୟୁଟିଭ, , ଜୁନିୟର ଅଫିସର ପାସେଞ୍ଜର ପଦରେ ମିଳିବ ନିଯୁକ୍ତି ।

ଏଥିପାଇଁ ୫୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ପ୍ରାର୍ଥୀଙ୍କୁ । ଏକ୍ସ-ସର୍ଭିସମ୍ୟାନ, ଏସସି / ଏସଟିଙ୍କ ପାଇଁ ଏହା ଛାଡ଼ କରାଯାଇଛି । ଡିଡି ମାନେ ପେମେଣ୍ଟ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ କରିବାକୁ ପଡ଼ିବ । ଫେବୃଆରୀ ମାସ ୭ରୁ ୧୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଇଣ୍ଟରଭ୍ୟୁରେ ଯୋଗ ଦେବେ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ବୟସ କୋହଳ ନିୟମ, ଦରମା ଓ ଅନ୍ୟ ସମସ୍ତ ତଥ୍ୟ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପାଇପାରିବେ ।

Leave a Reply

Your email address will not be published. Required fields are marked *