ଫୋକସ ପ୍ଲସ 28/4/23(କାଲିମେଳା): ଚାକିରି କରାଇଦେବା ନାମରେ ଲୋକଙ୍କ ଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି କଲିମେଳା ପୋଲିସ । ଏ ସମ୍ପର୍କରେ ମାଲକାନଗିରି ଏସ୍.ପି. ନିତିଶ୍ ୱାଧ୍ୱାନୀ ଦେଇଥିବା ସୁଚନା ମୁତାବକ ଗତ ୦୧.୧୦.୨୦୨୨ ତାରିଖ ଦିନ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତୁମ୍ବାଗୁଡା ଗ୍ରାମର ପୁର୍ଣେନ୍ଦୁ କୁମାର ବା ରିକ ନାମକ ବ୍ୟକ୍ତି କାଲିମେଳା ଥାନାରେ ଏକ ଏତଲା ଦେଇଥିଲୋ ତାଙ୍କ ଏତଲାରେ ଉଲ୍ଲେଖ ଥିଲା ଯେ, ଟି.ପି.ଏସ୍.ଓ.ଡି.ଏଲ.ରେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ସୁରେଶ କୁମାର ପଣ୍ଡା ନାମକ ବ୍ୟକ୍ତି ପୁର୍ଣେନ୍ଦୁଙ୍କ ସହ ମହେନ୍ଦ୍ର କବାସୀ, ଗଙ୍ଗାଧର ମାଡକାମି, ମୁନା ମାଡକାମି ଓ ଜଗନ୍ନାଥ ମାଡକାମି ନାମକ ବ୍ୟକ୍ତିଙ୍କ ଠାରୁ ବିଦ୍ୟୁତ୍ ବିଭାଗରେ ଚାକିରି କରାଇଦେବେ ବୋଲି କହି ଜଣଙ୍କ ପିଛା ୪୦ ହଜାର ଟଙ୍କା ବିଭିନ୍ନ ଏକାଉଂଟ, ଫୋନ୍ ପେ ଇତ୍ୟାଦି ମାଧ୍ୟମରେ ନେଇଥିଲୋ ପରବର୍ତୀ ସମୟରେ ତାଙ୍କୁ ଯୋଗାଯୋଗ କରିବାରୁ ସେ ତାହାର ଉତର ଦେଇ ନଥିଲୋ ଫଳରେ ପୁର୍ଣେନ୍ଦୁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲୋ ତାଙ୍କର ଅଭିଯୋଗକୁ ଭିତି କରି କାଲିମେଳା ପୋଲିସ ଏହାର ତନାଘନା ଆରମ୍ଭ କରିଥିଲୋ କାଲିମେଳା ଥାନା ଏସ୍.ଆଇ. ଡି. ସୁନାନୀଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ଏହାର ତଦନ୍ତ ଚଲାଇଥିବା ବେଳେ ସୁରେଶ ପଣ୍ଡା ଭୁବନେଶ୍ୱର ରାଜମହଲ ଛକ ଠାରେ ଥିବା ଖବର ପାଇ ସୁରେଶଙ୍କୁ ସେଠାରେ ଗିରଫ କରିଥିଲୋ ଏ ସମ୍ବନ୍ଧରେ ଆସାମୀ ସୁରେଶ ପ୍ରକାଶ କରିଛନ୍ତି ଯେ, ସେ ଦୁଲାଦେଇ ଫାଉଣ୍ଡେସନ ଟ୍ରଷ୍ଟର ଜଣେ ସଭ୍ୟ ଓ ବିଦ୍ୟୁତ୍ ବିଭାଗରେ ଠିକାଦାର ଭାବେ କାର୍ଯ୍ୟ କରିବା ସହ ନୂତନ ମିଟର ଲଗାଇବା ଇତ୍ୟାଦି କାର୍ଯ୍ୟ କରୁଥିଲୋ ତେବେ ସେ ପୁର୍ଣେନ୍ଦୁ ଓ ଅନ୍ୟାନ୍ୟ ଲୋକଙ୍କ ଠାରୁ ଚାକିରି ଦେବେ ବୋଲି କହି ଟଙ୍କା ନେଇଥିବା ସ୍ୱିକାର କରିଥିଲୋ ସେ ମୋଟ ୪ ଲକ୍ଷ ୨୮ ହଜାର ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ନେଇଥିବା ବେଳେ ଉକ୍ତ ଟଙ୍କାରେ ସେ ସେକେଣ୍ଡ ହାଣ୍ଡ କାର୍ ଖରିଦ କରିବା ସହ ବଳକା ଟଙ୍କା ନିଜସ୍ୱ ଖର୍ଚ ପାଇଁ ରଖିଥିଲେ ବୋଲି ସ୍ୱିକାର କରିଥିଲୋ ଏ ସମ୍ବନ୍ଧରେ ଏକ ମାମଲା ରୁଜୁ କରି ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା କାଲିମେଳା ପୋଲିସ ପକ୍ଷ ରୁ ଜଣାପଡିଛି ।