ଚାରି ଦଫା ଦାବି ନେଇ ଅର୍ଥନୈତିକ ରାଜପଥ ଅବରୋଧ

ଫୋକସ ପ୍ଲସ(ଅନୁଗୁଳ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥର ମାତ୍ରାଧିକ ଭରିଯାନର ଚଳାଚଳ ହେତୁ ରାସ୍ତାର ଅବସ୍ଥା ସଚୋନୀୟ ହୋଇଯାଉଛି ରାସ୍ତାରେ ପ୍ରଚୁର ପରିମାଣର ଧୂଳି ଉଡୁଥିବାରୁ ନିଶ୍ୱାସ ପ୍ରଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡୁଛି ଳ ସାଧାରଣ ଲୋକଟିଏ ମଧ୍ୟ ରାସ୍ତାରେ ଯିବା ଆସିବା ପାଇଁ ଡରୁଛନ୍ତି, ବେଳେ ବେଳେ ରାସ୍ତାରେ ଅତ୍ୟଧିକ ଭାରିଯାନ ଯାତାୟାତ କରୁଥିବାରୁ ସାଧାରଣ ଜୀବନ ଜାପନରେ ବାଧା ପ୍ରାପ୍ତ ହୋଉଛିl ତେବେ ଏ ସଂକ୍ରାନ୍ତରେ କୋଶଳା ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ପ୍ରଶାସନକୁ ସର୍ବନିମ୍ନ ଚାରି ଦଫା ଜଣାଇ ଥିଲେ ମଧ୍ୟ ସେ ଶୁଣୁ ନଥିବନେଇ ଅଭିଯୋଗ ହୋଇଛିl ତେବେ ଆଜି ସକାଳୁ କୋଶଳା ଗ୍ରାମବାସୀଙ୍କ ତରଫରୁ ଅର୍ଥନୈତିକ ରାଜପଥ ଅବରୋଧ ହୋଇଥିଲା l ଜରୁରୀ କାଳୀନ ଯାନବାହାନ କୁ ଛାଡିଦେଲେ ଭାରୀଯାନକୁ କୋସଲା ଗ୍ରାମ ଦେଇ ଯିବା ଆସିବାକୁ ନିଷେଧ କରାଯାଇଥିଲା |

Leave a Reply

Your email address will not be published. Required fields are marked *