ଚାଲିଛି ଖୁଲମ ଖୁଲା ପିସି କାରବାର

ଫୋକସ ପ୍ଲସ(ମାଲକାନଗିରି)୨୭/୦୮/୨୦୨୨: ରାଜ୍ୟ ସରକାରଙ୍କ 5T ର ଯୋଜନା ବୋଧହୁଏ ଶୀତଳ ଭଣ୍ଡାରରେ ଗଡୁଛି।କୁଆଡେ ଗଲା ରାଜ୍ୟ ସରକାରଙ୍କ ପିସି ବନ୍ଦର ଡାକରା।ସାରା ରାଜ୍ୟରେ ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ 5T ଯୋଜନା।ସବୁଠି ଚାଲିଛି ଖୁଲମ ଖୁଲା ପିସି କାରବାର। ପ୍ରତ୍ୟେକ କ୍ଷେତ୍ରରେ ମଗାଯାଉଛି ପିସି ହେଲେ ଜାଣି ମଧ୍ୟ ନିରବ କଣ ପାଇଁ।ମାଲକାନଗିରି ଜିଲ୍ଲା ଏକ ପଞ୍ଚାୟତ ଅଫିସରେ ପିସି କାରବାର ଚାଲିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଳ। ଯନ୍ତ୍ରୀ ଠୁ ଆରମ୍ଭ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଦରକାର ହାତଗୁଞ୍ଜା। ସାଧାରଣ ଲୋକଙ୍କ ବିକାଶ ପାଇଁ ଆସିଥିବା ଟଙ୍କାରୁ ୧୫% ପିସି ନେଉଛନ୍ତି ସରକାରୀ ବାବୁ।ଭାଇରାଲ ଭିଡ଼ିଓକୁ ଦେଖିଲେ ଜଣାପଡ଼ୁଛି କିପରି ଚାଲିଛି ପିସି କାରବାରର ଗୋରଖଧନ୍ଧା । ଏହି ଭିଡିଓରେ ମାଲକାନଗିରି ଜିଲ୍ଲା ଗୋରାଖୁଣ୍ଟ ପଞ୍ଚାୟତର ପଞ୍ଚାୟତରେ ଠିକାଦାରଙ୍କ ପ୍ରାପ୍ୟ ପାଇବା ପାଇଁ ଆସିଥିବା ବେଳେ ତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ସରକାର ପିସି ମାଗୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ସେଠାରେ ବିଲ ପାସ କରାଇବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ ସରକାର ସିଧା ସଳଖ ପିସି ମାଗୁଥିବା ନେଇ ଭିଡିଓରେ ବାରି ହେଉଛି । କେବଳ ଏତିକି ନୁହେ, ଠିକାଦାର ଜଣଙ୍କ ଏଥିରେ ପିସି ଦେବା ପାଇଁ ବାରଣ କରୁଥିବାରୁ ବିଭିନ୍ନ ଅଧିକାରୀ ଏହି ପିସି ନେବେ, ଏହା କୌଣସି ନୂଆ କଥା ନୁହେ ବୋଲି ମଧ୍ୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରକାର ବଙ୍ଗୀୟ ଭାଷାରେ ଖୁଲମଖୁଲା କହୁଥିବା ଦେଖାଯାଉଛି।

ମାଲକାନଗିରି ରୁ ନିରଞ୍ଜନ ମଲ୍ଲ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *