ଚାଲିଥିଲା ନାବାଳିକା ବିବାହ, ପହଞ୍ଚିଲେ ଏସ୍‌ଡିପିଓ ଓ ଚାଇଲ୍ଡ ଲାଇନ୍‌ ଟିମ୍

ଫୋକସ ପ୍ଲସ (ଆନନ୍ଦପୁର)୨୫/୦୭/୨୦୨୨: ଯୁଗ ବଦଳିବାରେ ଲାଗିଛି |ସରକାର ବିଭିର୍ନ ଆଇନ କାନୁନ ମଧ୍ୟ ଲାଗୁକରୁଛନ୍ତି ଆଗରୁ ଚାଲି ଆସୁଥିବା କୁପ୍ରଥା ବିରୋଧରେ |ହେଲା ଏବେ ମଧ୍ୟ ସମାଜରୁ କିଛି କୁପ୍ରଥା ଗାଁ ଗହଳି ଅଞ୍ଚଳରେ ଲୋକଙ୍କୁ କବଳିତ କରିରଖିଛି |ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଦଧିବାମନପୁର ଗ୍ରାମରେ |ବାଲ୍ୟ ବିବାହ ଉତ୍ସବ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ହଠାତ ଚଢ଼ାଉ କରିଛିନ୍ତି ଏସ୍‌ଡିପିଓ ଓ ଚାଇଲ୍ଡ୍‌ ଲାଇନ୍‌ ଟିମ୍ | ତେବେ ନାବାଳିକା ଙ୍କ ବୟସ ୧୭ ହୋଇଥିବା ବେଳେ ଯୁବକଙ୍କ ବୟସ ୨୦ |ଉଭୟଙ୍କର ବିବାହ ପାଇଁ ପ୍ରାପ୍ତ ବୟସ ହୋଇନଥିବାରୁ ଏଥିରେ ହସ୍ତକ୍ଷେପ କରିଛନ୍ତି ଏସ୍‌ଡିପିଓ ଓ ଚାଇଲ୍ଡ୍‌ ଲାଇନ୍‌ ଟିମ୍ |ଘଟଣା ସ୍ଥଳରେ ପହଞ୍ଚି ପୋଲିସ୍ ଚାଇଲ୍ଡ୍‌ ଲାଇନ୍ ଟିମ୍‌ର ସହାୟତାରେ ବିବାହକୁ ବନ୍ଦ କରାଯିବ ସହ ବର କନ୍ୟାଙ୍କ ସହିତ ଉଭୟ ପକ୍ଷର ଅବିଭାବକଙ୍କୁ ଥାନାକୁ ନେଇ ସେଠାରେ ବିଭାଗୀୟ ଅଧିକାରୀ ଲେଖାପଢ଼ା କରାଇଛନ୍ତି। ଉଚିତ୍ ବୟସ ପୂର୍ବରୁ ଏହି ବିବାହ ହେବ ନାହିଁ ବୋଲି ଉଭୟ ବର ଓ କନ୍ୟା ପକ୍ଷ ଲିଖିତ ଭାବେ ଜଣାଇଥିଲେ। ପରେ ଉଭୟ ପକ୍ଷଙ୍କୁ ଛାଡି ଦିଆଯାଇଛି।

Leave a Reply

Your email address will not be published. Required fields are marked *