ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି, ୪/୫ ଦିନରେ ସରିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
‘୧୪ ଜିଲ୍ଲାରେ କ୍ଷତି ହୋଇଛି, ୨ ଜିଲ୍ଲାରେ ଆଶିଂକ କ୍ଷତି ହୋଇଛି’
‘ପୁରୀରେ ସର୍ବାଧିକ କ୍ଷତି, ତା ପଛକୁ ଗଂଜାମ ଜିଲ୍ଲା ରହିଛି’
‘ଧାନ, ପରିବା, ଚିନାବାଦାମ, କପା ବି ନଷ୍ଟ ହୋଇଛି’
‘ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି’
‘୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି’
‘ଜିଲ୍ଲାପାଳଙ୍କୁ କ୍ଷତିପୂରଣ ଦିଆସରିଲାଣି, ଚାଷୀଙ୍କୁ ଆବଣ୍ଟନ ହେଲାଣି’
‘ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର କ୍ଷତିପୂରଣ ରାଶି ରହିଛି’ ଅଣଜଳସେଚିତ ଜମି ପାଇଁ ୭୫୦୦ ଟଙ୍କା ରହିଛି- ସୁରେଶ
‘ଭାଗ ଚାଷୀଙ୍କ ପାଇଁ ଆଇନ ଆସିନି, ଆସିବ କି ନାହିଁ ଆଲୋଚନା ହେବ’