ଚାଷୀ ମାରଣ ନୀତି ପାଇଁ କୋରେଇ ବିଜେପି ର ସତ୍ୟାଗ୍ରହ

କୋରେଇ: ବିଜେପି ତରଫରୁ କୋରେଇ ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱଜିତ ନାୟକ ଙ୍କ ନେତୃତ୍ୱ ରେ ଚାଷୀ ମାନଙ୍କର ଅଭାବୀ ଧାନ ବିକ୍ରି କୁ ନେଇ ଏକ ସତ୍ୟାଗ୍ରହ ଆରମ୍ଭ ହୋଇଯାଇଛି।ଏହି ସତ୍ୟାଗ୍ରହ ପ୍ରମୋଦ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ କରାଯାଇ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ତୁରନ୍ତ ମଣ୍ଡି ଖୋଲିବା ସହିତ ଚାଷୀ ଙ୍କୁ ବିନା ପାତର ଅନ୍ତର ରେ ଟୁକନ ପ୍ରଦାନ କରିବା,ଚାଷୀ ଙ୍କୁ ଅଖା, ସୁତୁଲି ଓ ପରିବହନ ଖର୍ଚ୍ଚ ପ୍ରଦାନ କରିଵା,ମାନ ନିର୍ଧାରଣ ଆଳ ରେ କଟନୀ ଛଟନୀ ବନ୍ଦ କରିବା, କୃଷି ପାଇଁ ବ୍ୟବହୃତ ହୋଉଥିବା ବିଦ୍ୟୁତ ଶୁଳ୍କ ଛାଡ କରିବା,ବ୍ଲକ ର ସମସ୍ତ ଚାଷୀ ଙ୍କୁ ପ୍ରଧାନ ମନ୍ତ୍ରୀ ଫସଲ ବୀମା ପ୍ରଦାନ କରିବା, ପ୍ରାକୃତିକ ଦୁର୍ବିପାକ ରେ ହୋଇଥିବା ଶସ୍ୟ ର ସଠିକ କ୍ଷୟ କ୍ଷତି ର ଆକଳନ କରି ଶସ୍ୟ ବୀମା ପ୍ରଦାନ କରିବା ଆଦି ପ୍ରମୁଖ ଦାବି ଗୁଡିକ ନେଇ ଆଜି ବ୍ଲକ ବିଜେପି ର ଶହ ଶହ କର୍ମୀ ସତ୍ୟାଗ୍ରହ ରେ ବସିବା ସହ ଯୁବ ମୋର୍ଚ୍ଚା ର ମଣ୍ଡଳ ସଂଯୋଜକ ବିକ୍ରମ ବିଶ୍ୱାସ ବ୍ଲକ ପ୍ରଶାସନ ଦୋଷ ଦ୍ରୁବଳତା ଉପରେ ବର୍ଷିଥଲେ । ଯଦି ଏହାକୁ ପ୍ରଶାସନ ପକ୍ଷ ରୁ ସଠିକ ରୂପେ ପାଳନ କରା ନ ଯାଏ ଆଗାମୀ ଦିନରେ କୋରେଇ ବିଜେପି ଚାଷୀ ମାନଙ୍କର ହକ ପାଇଁ ଆନ୍ଦୋଳନ କୁ ଗାଁ ଗାଁ ରେ ପହଞ୍ଚାଇବ ବୋଲି କୋରେଇ ବିଜେପି ନେତା ବିଶ୍ୱଜିତ ନାୟକ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।

Leave a Reply

Your email address will not be published. Required fields are marked *