ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ;କାନ୍ଦି କାନ୍ଦି ସାହଯ୍ୟ ମାଗୁଛି ମା

୩୦ ବର୍ଷ ଡୋଳିଙ୍କ ମୁହଁଟି ଆମେ ଆପଣଙ୍କୁ ସିଧା ସଳଖ ଦେଖାଇ ବାରେ କଷ୍ଟ ଅନୁଭବ କରୁଛୁ । କାରଣ ତାଙ୍କ ଶରୀର, ମୁହଁ ର ଅବସ୍ଥା ଏପରି ହୋଇଛି ଯେ ତାହା ଦେଖିବା ଅତି କଷ୍ଟଦାୟକ ଅଟେ । ଯେଉଁ ବୟସରେ ସେ ଫୁଲ ପରି ଉଡି ବୁଲିବା କଥା ସେହି ବୟସରେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ଛଟପଟ ହେଉଛନ୍ତି । ଏପରିକି ନିଜର ଯୁବାବସ୍ଥା ହରାଇବାକୁ ବସିଲେନି ।
ବରଗଡ଼ ସହର ୱାର୍ଡ ନମ୍ବର ତିନି ପଞ୍ଚାୟତ କଲେଜ ପଛ ପାଖରେ ସ୍ୱାମୀ ଅର୍ଜୁନ ପଟେଲ ଙ୍କ ସହିତ ତାଙ୍କ ଆଠ ବର୍ଷର ପୁଅ ପୁଅ ସହିତ ହସ ଖୁସିରେ ଜୀବନ କାଟୁଥିଲେ ଡୋଳି । ହେଲେ ଅଜଣା ରୋଗ ସାଜିଲା ତାଙ୍କ ପାଇଁ କାଳ । ଗୌରବର୍ଣ ଶରୀର ଧୀରେ ଧୀରେ ଗାଢ଼ ନୀଳ ପଡ଼ିଗଲାଣି । ଗଡ଼ ,ହାତ , ନଖ ସବୁ କଲା ଝିମ ଝିମ ହୋଇଯାଇଛି ତା ସହିତ ତାଙ୍କର ମୁଣ୍ଡ ଛୁଟି ସବୁ ଝଡ଼ିଯିବା ସହିତ ଛାତିରେ ଅସହ୍ୟ ଯନ୍ତ୍ରଣା ହେଉଛି । ଏଭଳି ମାରାତ୍ମକ ରୋଗ ବିଷୟରେ ଅଜ୍ଞ ତାଙ୍କର ପରିବାର ଲୋକେ । ଖଟିଲେ ଯେଉଁମାନେ ପେଟ ପୋଷନ୍ତି ସେମାନେ ଚିକିତ୍ସା କରିବାକୁ କେଉଁଠୁ ଟଙ୍କା ପାଇବେ ??? ତଥାବି ଅନେକ ଚେଷ୍ଟା କରିଛନ୍ତି ।
ଅର୍ଥାଭାବ ଯୋଗୁଁ ଡୋଳିର ଚିକିତ୍ସା ଠିକ ଭାବରେ ହୋଇପାରୁନାହିଁ । ଫଳରେ ରୋଗ ବଢି ବଢି ଅଧିକ ହୋଇଗଲାଣି । ଫଳରେ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ସାମାଜିକ ଅନୁଷ୍ଠାନ “ସଂକଲ୍ପ ପରିବାର”  କୁ ଖବର ଦିଅନ୍ତି ସ୍ଥାନୀୟ ବାସିନ୍ଦା କନକ ଡୋନସେନା ଭଉଣୀ । ଏହାପରେ ସ୍ଥାନୀୟ ସ୍ବେଛାସେବୀଙ୍କ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଡାକ୍ତର ନିଶାନ୍ତ ଦେବତାଙ୍କ ପାଖରେ ଡୋଳିର ପ୍ରାଥମିକ ଚିକିତ୍ସା କରାଯାଇଛି । ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଏକ ସ୍ୱତନ୍ତ୍ର ଅମ୍ବୁଲାନ୍ସ ସାହାଯ୍ୟରେ ଡୋଳିଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରଣ କରାଯାଇଛି ।
ଡୋଳିଙ୍କୁ ଈଶ୍ୱର କାହିଁକି ଏପରି ଏକ ଜୀବନ ଦେଲେ ତାହା ତାଙ୍କୁ ହିଁ ଜଣା । ଏବେ ତା ପାଇଁ ସୁସ୍ଥରେ ବଞ୍ଚିବା ସବୁଠାରୁ ବଡ଼ କଥା । ଡାକ୍ତର ମାନେ ତାଙ୍କୁ ଏକ ନୂଆଁ ଜୀବନ ଦେବାରେ ସଫଳ ହୁଅନ୍ତୁ । ମାତ୍ର ଏଥିପାଇଁ ଆବଶ୍ୟକ ଅଟେ ପ୍ରଚୁର ଅର୍ଥ । ସରକାରୀ ହେଉ କିମ୍ବା ବେସରକାରୀ ତାଙ୍କ ପରିବାର କୁ ସହଯୋଗର ହାତ ବଢ଼ାଇବା ପାଇଁ କାନ୍ଦି କାନ୍ଦି ଅନୁରୋଧ କରୁଛନ୍ତି ଡୋଳିର ମାଁ ଏବଂ ତାଙ୍କ ଚାରି ବର୍ଷ ବୟସର ପୁଅ କୃଷ୍ଣ ।
ଆପଣ ମାନେ ଯଦି ସୋହଯୋଗର ହାତ ବଢାଇବେ ତାହେଲେ ଡୋଳି ପାଇଁ ପାରିବେ ଏକ ନୂଆ ଜୀବନ ।

ବରଗଡ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *