ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଫୋକସ ପ୍ଲସ (ଭଦ୍ରକ):ଅର୍ଥ ଅଭାବରୁ ହୋଇପାରୁନି ଝିଅର ଚିକିତ୍ସା। ତଥାପି ଝିଅର ଚିକିତ୍ସା କରାଇବାକୁ ଅନରହ ସଂଘର୍ଷ କରୁଛନ୍ତି ବାପା ମା। ହଁ ଆଜ୍ଞା ଆମେ କହୁଛୁ ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ଇଟୁଆ ପଣ୍ଡା ସାହି ର ସୁଜିତ୍ ପଣ୍ଡା ଓ ସଂଯୁକ୍ତା ପଣ୍ଡା ଙ୍କର ଏକମାତ୍ର ଝିଅ ଜ୍ୟୋସ୍ନା ରାଣୀ। ଭବିଷ୍ୟତ ପାଇଁ ସୁନେଲି ସ୍ଵପ୍ନ ଦେଖୁଥିବା ବେଳେ ସେସବୁ ଧୋଇଯିବା ନେଇ ଆଶା ଆଶଙ୍କା ରେ ଅଛନ୍ତି ପରିବାର ଲୋକେ। ଜ୍ୟୋସ୍ନା ରାଣୀ ଙ୍କୁ ଯେବେ ୭ ବର୍ଷ ହୋଇଥିଲା ସେ ବିଦ୍ୟାଳୟ ଯାଉଥିବା ବେଳେ ପଡ଼ିଯାଇଥିଲେ ଓ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିଲା ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସାଳୟ କୁ ନେଇଯାଇ ଚିକିତ୍ସା ଯୋଗେଇ ଥିଲେ ବି ଯୋସ୍ନା ରାଣୀ ଙ୍କ ଗୋଡ଼ ହାଡ଼ ବଙ୍କ ହୋଇ ଯୋଡ଼ିହୋଇ ଯାଇଥିଲା। ସେହିଦିନ ଠାରୁ ଅସୁବିଧା ଭୋଗ କରୁଛନ୍ତି ଜ୍ୟୋସ୍ନା ରାଣୀ।

ବନ୍ଧୁ ବାନ୍ଧବ ସାହି ପଡିଶା ସମସ୍ତଙ୍କ ପାଖରେ ହାତ ପତେଇ ସାରିଲେଣି ଏବେ କେବଳ ଭାଗ୍ୟ ଓ ଭଗବାନ ଙ୍କ ଉପରେ ଭରସା। ଜ୍ୟୋସ୍ନା ରାଣୀ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଗୋଡ଼ରେ ଚାଲି ଚାଲି ଯିବ ତାଙ୍କ ପାଖେ ସମ୍ଭବ ପର ହେଉନି। ତାଙ୍କୁ ତାଙ୍କ ମା ସବୁବେଳେ କୋଳରେ କାଖେଇ ସ୍କୁଲ୍ ନେବାକୁ ପଡୁଛି। ଠିକ୍ ସେ ଚଲା ବୁଲା କରି ପାରୁନଥିବାରୁ ନାନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଜ୍ୟୋସ୍ନା ରାଣୀ। ହାଡ଼ ବଙ୍କା ହେତୁ କଟକ ଶିଶୁଭବନ , ଓଲଟପୁର୍ ଓ କାଳୁପଡା ରେ ଚିକିତ୍ସିତ ହୋଇ ଭଲ ନହେବାରୁ ବାପା ମା ବାଙ୍ଗାଲୁରୁ ସତ୍ୟସାଇ ସିକିଶ୍ୟାଳୟ କୁ ନେଇଥିଲେ ମାତ୍ର ଅସ୍ତ୍ୟପଚର ନିମନ୍ତେ ୩ଲକ୍ଷ୍ୟ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବାରୁ ଝିଅର ଏହି ବ୍ୟୟ ବହୁଳ ଚିକିତ୍ସା କରାଇ ନପାରି ହାତ ଗୋଡ ବାନ୍ଧି ବସିଛନ୍ତି ବାପା,ମା।

ତେବେ ଯଦି କିଛି ସରକାରୀ ସହାୟତା ହୁଅନ୍ତା ତାହେଲେ ଝିଅ ଜ୍ୟୋସ୍ନା ରାଣୀ ର ଚିକିତ୍ସା ହୋଇପାରନ୍ତା। ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା କୌଣସି ସ୍ୱୋଛା ସେବୀ ସଂଗଠନ ଏହି ମେଧାବୀ ଛାତ୍ରୀ ଜ୍ୟୋସ୍ନା ରାଣୀ ଙ୍କୁ ସାହାଯ୍ୟ ର ହାତ ବଢାନ୍ତି ଜ୍ୟୋସ୍ନା ରାଣୀ ଙ୍କ ଚିକିତ୍ସା ହେବା ସହ ସେ ନିଜ ଗୋଡ଼ରେ ହସି ଖେଳି ଜୀବନ ବିତେଇ ପରାନ୍ତେ।ତେବେ ଆପଣ ଜ୍ୟୋସ୍ନା ରାଣୀ ଙ୍କୁ ସାହାଯ୍ୟ କରିବା ପାଇଁ ଯୋଗାଯୋଗ କରନ୍ତୁ।

ଭଦ୍ରକ ବନ୍ତରୁ ବାବୁରାମ ବେହେରାଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *