ଚିଙ୍ଗୁଡ଼ି ମୁଣ୍ଡ ବ୍ୟବସାୟୀଙ୍କ ପାଇଁ ପରିବେଶ ପ୍ରଦୂଷିତ |

ଫୋକସ ପ୍ଲସ ୨୪/୧/୨୩(ପାରାଦୀପ):ପଚା ଚିିଙ୍ଗୁଡି ମୁଣ୍ଡ ବ୍ୟବସାୟୀଙ୍କ ପାଇଁ ଅଣନିଶ୍ବାସୀ ହେଇଛନ୍ତି ପଥଚାରୀ | ଚିଙ୍ଗୁଡି ମୁଣ୍ଡ ଦୁର୍ଗନ୍ଧରେ ଫାଟି ପଢୁଛି ପୁତୀମୟ ପରିବେଶ | ଦାର୍ଘଦିନ ଧରି ପଚା ଚିଙ୍ଗୁଡି ଦୁର୍ଗନ୍ଧ ହେଉଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ | ପ୍ରଶାସନ ଏହାକୁ ବନ୍ଦ ନ କଲେ ଜନ ଆନ୍ଦୋଳନ ଚେତାବନି | ପାରାଦୀପ ଷଣ୍ଢକୁଦ ବସ୍ତି ନିକଟ ‘କଂସାରୀ ପାଟିଆ’ ରାସ୍ତା କଡରେ ଗଦା ଗଦା କରି ଗଦା ହୋଇଛି ପଚା ଚିଙ୍ଗୁଡି ମୁଣ୍ଡ | ଏହି ପଚା ଚିଙ୍ଗୁଡି ମୁଣ୍ଡରେ ବିଷାକ୍ତ କେମିକାଲ ମିଶାଇ ପାରାଦୀପରୁ କଲିକତା ପଠାଯାଉଛି। ଏହି ଚିଙ୍ଗୁଡି ମୁଣ୍ଡ ବ୍ୟବସାୟକରି ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି | ହେଲେ ଏହାର ପ୍ରଭାବ ସିଧାସଳଖ ପଡୁଚି ସାରା ପରିବେଶ ଉପରେ | ଚିଙ୍ଗୁଡି ମୁଣ୍ଡ ପଚିବା ଦ୍ବାରା ତାର ଦୁର୍ଗନ୍ଧ ରେ ପରିବେଶ ପ୍ରଦୂଷିତ ହେଉଛି | ଏହି ରାସ୍ତାଦେଇ ଯାତାୟତ କରୁଥିବାଲୋକେ ଅଣନିଶ୍ବାସୀ ହୋଇପଡୁଛନ୍ତି | ହେଲେ ଏଥି ପ୍ରତି କିେହି ନଜର ଦେଉନାହାଁନ୍ତି | ନା ଅଛି ସ୍ଥାନୀୟ ପ୍ରସାଶନର, ନା ଅଛି ପ୍ରଦୂଷଣ ବିଭାଗର, ନା ଅଛି ପୋଲିସ ପ୍ରସାଶନର | ବର୍ଷ ବର୍ଷଧରି ଏହି ପଚା ଚିଙ୍ଗୁଡି ମୁଣ୍ଡକୁ ମାଟି ଉପରେ ଖାଲା ଆକଶ ତଳେ ରଖି, ସେଥିରେ ବିଷାକ୍ତ କେମିକାଲ ମିଶାଯିବା ଦ୍ବାରା, ପାଖରେ ଥିବା ଜଙ୍ଗଲ, ଜଳବାୟୁକୁ ନଷ୍ଟ କରୁଛି ।ଏହି ରାସ୍ତା କଡରେ ଦିନକୁ ଦିନ ଚିଙ୍ଗୁଡି ମୁଣ୍ଡ ବେପାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି | ପରିବେଶ ପ୍ରଦୂଷିତ କରି ବ୍ୟବସାୟୀମାନେ ମାଲାମାଲ ହେଉଛନ୍ତି | ଆମେ ଏ ବିଷୟରେ ପ୍ରଦୂଷଣ ବିଭାଗ ଅଧିକାରୀଙ୍କୁ ପଚାରିବାରୁ କ୍ୟାମେରା ଆଗେ କହିବାକୁ ମନାକରିଛନ୍ତି | ଚିଙ୍ଗୁଡି ମୁଣ୍ଡ ଦୁର୍ଗନ୍ଧ ବନ୍ଦ କରିବା ସହ ପରିବେଶ କୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଦାବି ହୋଇଛି |

Leave a Reply

Your email address will not be published. Required fields are marked *