ଚିଲିକା ଜଳରାଶିରେ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର

ଫୋକସ ପ୍ଲସ (ଚିଲିକା)୦୨/୦୭/୨୦୨୨: ଚାଲନ୍ତୁ ଦେଖିବା ଚିଲିକା ମଝିରେ ଚାଲୁଛି ଡ଼ଙ୍ଗାରେ ରଥଯାତ୍ରା । ଖୋର୍ଦ୍ଧାଜିଲ୍ଲା ଚିଲିକା ବ୍ଲକ ସାନନଈରି ଗ୍ରାମ ନିକଟ ଚିଲିକା ହ୍ରଦର ଜଳରାଶି ମଧ୍ୟରେ ଏକ ଟାପୁ । ଯାହାର ନାମ କାଙ୍କଣ ଶିଖରୀ।ଏହି ନାମଟି ଆଜି ଓଡ଼ିଶାର ଏକ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହେବାକୁଯାଉଛି କାଙ୍କଣ ଶିଖରୀ । ଯାହା ଏକ ପବିତ୍ର ଓ ଆଧ୍ୟାତ୍ମିକ ସ୍ଥଳୀ ।ଜଗତରନାଥ ପ୍ରଭୁଜଗନ୍ନାଥଙ୍କ ଲିଳାକ୍ଷେତ୍ରରେ ପରିଚିତ । ମୋଗଲ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲା ପଣ୍ଡାମାନେ ପ୍ରଭୁଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ସେଠାରେ ଗୋଟିଏ ରାତ୍ରୀ ପରେ ଚିଲିକାରେ ଜଳରାଶିରେ ନଈରୀ ନିକଟ ଏକ କୁଦରେ ଆଣି ରଖିଥିଲେ । ସେଠାରେ ପ୍ରଭୁଜଗନ୍ନାଥଙ୍କୁ ଭୋଗ ଲାଗି ପାଇଁ କୌଣସି ସୁବିଧା ନଥିଲା । ଜଳରାଶି ମଧ୍ୟରେ ଏକ ଟାପୁ । ଟାପୁଟି ଘଞ୍ଚଜଙ୍ଗଲରେ ପରିପୂର୍ଣ । କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ନଥିଲା। ତେଣୁ ସେଠାରେ ପ୍ରଭୁଜଗନ୍ନାଥଙ୍କୁ କାଙ୍କଣ ଭୋଗ ଲାଗି ହେଉଥିଲା । ପରେ ପରେ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ନିଆଯାଇଥିଲା । ସେହି ଦିନଠାରୁ କାଙ୍କଣ ଏହି ସ୍ଥାନରୁ ଜଗନ୍ନାଥ ମନ୍ଦିରକୁ ନିଆଯାଏ ଓ ଭୋଗ କରାଯାଇଥାଏ । ଏଥିପାଇଁ ଏକ ସ୍ୱତନ୍ତ୍ର ପରିବାରକୁ ନିଯୋଗ କରାଯାଇଛି।ପରମୁହୂର୍ତ୍ତରେ ଜଣେ ସ୍ଥାନୀୟ ଭକ୍ତଙ୍କୁ ସ୍ୱପ୍ନାଦେଶ ହେଲା । ଏବଂ ଜଗନ୍ନାଥଙ୍କ ନିକଟରୁ ଏକ ରଥ ଚକ ଆଣି ଏଠାରେ ପୂଜାର୍ଚ୍ଚନା କରାଯାଉଛି ଏବଂ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯାଉଅଛି । ଗଜପତି ମହାରାଜା ମଧ୍ୟ୍ୟ ଏ ସ୍ଥାନକୁ ଆସିଛନ୍ତି।ଉକ୍ତ ସ୍ଥାନଟି କାଙ୍କଣ ଶିଖରୀ ନାମରେପରିଚିତ। ଜଗନ୍ନାଥଙ୍କ ପ୍ରତ୍ୟେକ ରୀତିନୀତି କରାଯାଏ।ରାଜ୍ୟରୁ ରାଜ୍ୟ ବାହାରୁ ବହୁ ଭକ୍ତ ଆସି ଦର୍ଶନକରି ଯାଆନ୍ତି।ଚିଲିକାହ୍ରଦ।ଏହାର ମଧ୍ୟରେ ଏକ ଟାପୁ।ଚତୁଃପାର୍ଶ୍ଵରେ ସବୁଜ ଜଙ୍ଗଲ। ଏହା ମଧ୍ୟରେ ପ୍ରଭୁ ଜଗନ୍ନାଥ।ଏହି ସ୍ଥାନଟି କାଙ୍କଣ ଶିଖରୀ ନାମରେ ନାମିତ।ଯାହା ଜଗତରନାଥ ପ୍ରଭୁଜଗନ୍ନାଥଙ୍କ ଲିଳାକ୍ଷେତ୍ର କାଙ୍କଣ ଶିଖରୀ।

Leave a Reply

Your email address will not be published. Required fields are marked *