ଚିଲିକା ବିଧାୟକଙ୍କ ଅମାନବୀୟ ଆଚରଣ କୁ ନେଇ ତାଳଚେର ବିଜେପିର ସତ୍ୟାଗ୍ରହ

ତାଳଚେର : ସାରା ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଧି ଓ ଚିଲିକାର ବିଜେଡ଼ି ବିଧାୟକ ପ୍ରଶାନ୍ତ ଜଗଦ୍ୱେ ନିଜେ ଗାଡି ଚଢେଇ ଲୋକଙ୍କୁ ମରଣାତ୍ମକ ଆକ୍ରମଣ କରିବା ପ୍ରତିବାଦରେ ତାଳଚେର ବିଜେପି ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ହାଟତୋଟା ଠାରେ ଅନୁଷ୍ଠିତ ହୋଇ ଯାଇଛି ।ବିଜେପି ରାଜ୍ୟ ସମ୍ପାଦକ ତଥା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ଡ଼ାଇରେକ୍ଟର କାଳନ୍ଦୀ ସାମଲଯୋଗ ଦେଇଥିଲେ ।ରାଜ୍ୟରେ ଦୀର୍ଘ ଦିନ ବିଜେଡି ସରକାରରେ ରହିବା ପରେ କ୍ଷମତା ନିଶା ରେ ଅହଙ୍କାରୀ ହୋଇଯାଇଛି ।ବିଜେଡ଼ି ନେତା ମନ୍ତ୍ରୀ ମାନେ ବିଭିନ୍ନ ସଙ୍ଗିନ ଅପରାଧିକ କାର୍ଯ୍ୟରେ ଲିପ୍ତ, ସବୁ ନେତାଙ୍କ ନାମରେପ୍ରାୟତଃ ଦାଗ ଲାଗିଛି, ଧର୍ଷଣ,ହତ୍ୟା,ଅଙ୍ଗ ତସକରି ,ରେ ବିଜେଡି ମନ୍ତ୍ରୀ ମାନେ ଛନ୍ଦି ହୋଇ ପଡିଛନ୍ତି ।ଦୁର୍ନୀତି କଥା ନ କହିଲେ ଭଲ, ସବୁଠି, ସବୁଆଡେ ଦୁର୍ନୀତି, ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ୱେ କ୍ଷମତା ନିଶା ରେ ଅହଙ୍କାରୀ ହୋଇ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇ ମାରିବାକୁ ଉଦ୍ୟମ କଲେ ଯାହାକି ଓଡ଼ିଶା ଇତିହାସରେ ପ୍ରଥମ ।ଏ ପରିପ୍ରେକ୍ଷୀରେ ଦୋଷୀ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବୀ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ମଣ୍ଡଳ ସାଧାରଣ ସମ୍ପାଦକ ନିରାଜ ଦାସ ଓ ଜ୍ଞାନେନ୍ଦ୍ରିୟ ସେଠି, ରାଜ୍ୟ ପରିଷଦ ସଦସ୍ୟ ଅଖିଳ ସାମଲ,ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ,ମିଲି ପ୍ରଧାନ, ସଂଯୁକ୍ତା ମହାରଣା, ଉର୍ମିଳା ଦେହୁରୀ,କାଳନ୍ଦୀ ପ୍ରଧାନ, ଖଇରା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା,ସଂଗୀତା ସାହୁ, ସନତ ସାହୁ, ନରେନ୍ଦ୍ର ସାହୁ, ରୋହିତ ପ୍ରଧାନ, କଳ୍ପନା ମିଶ୍ର, ଆର ପ୍ରିୟା, ସରସ୍ୱତୀ ସାହୁ, ସନ୍ତୋଷ କୁମାର କାଞ୍ଜି, ପ୍ରଭାରୀ ପୁଲିନ ବିହାରୀ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।ଦୁଇ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା

Leave a Reply

Your email address will not be published. Required fields are marked *