ଚିଲିକା ବ୍ଲକ ଅଞ୍ଚଳରେ ବେଆଇନି ଖଣି ଉପରେ ଲାଗୁନି ରୋକ |

ଖୋର୍ଦ୍ଧା02/12/2023; ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଟାଙ୍ଗି ଥାନା ଅନ୍ତର୍ଗତ ଅଞ୍ଚଳରେ ବେଆଇନି ଖଣି ଉପରେ ଚାଲିଛି ଖଣି ଖନନ । ଚିଲିକା ତହସିଲଦାର ଓ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ କାର୍ଯ୍ୟାନୁଷ୍ଠାନ ନ ନିଆ ଯାଉଥିବା ଜଣା ପଡ଼ିଛି ।ଚିଲିକା ତହସିଲ କୁହୁଡ଼ି ଫାଣ୍ଡି ଅନ୍ତର୍ଗତ ହାଟବରଢ଼ିହ ତରାପି ଅଞ୍ଚଳରେ ଖୁଲମ ଖୁଲା ଭାବେ ଦିନ ଦିପହରେ ଖଣି ଖନନ କରି ମାଫିଆ ମାନେ ହେଉଛନ୍ତି ମାଲାମାଲ। ୧୬ନଂ ଜାତୀୟ ରାଜପଥ ଉପରେ ପଥର ବୋଝେଇ ଗାଡ଼ିକୁ ପୋଲିସ ପ୍ରଶାସନ ମାଡ଼ି ବସୁଥିବା ବେଳେ ,ଖଣି ମାଫିଆ ମାନଙ୍କ ହେଉନି ଭୟ । ଚିଲିକା ତହସିଲ ଅଞ୍ଚଳରେ ଖୁଲମ ଖୁଲା ଭାବେ ବିଭିନ୍ନ ସ୍ଥାନରେ ଖଣି ମାଫିଆ ମାନେ ଚବିଶି ଘଣ୍ଟା ଧରି ଖଣି ଖନନ ଚଲାଉଛନ୍ତି । ଆଙ୍କୁଲା ,ହାଟବରଢ଼ିହ, ଚଣ୍ଡେଶ୍ୱର,ବାଲୁଗାଁ ,ନାଭାଲ ,ବିଭିନ୍ନ ସ୍ଥାନରେ ଚାଲୁଥିବା ନେଇ ଜଣା ପଡ଼ିଛି ।ଚିଲିକା ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆରଆଇ ଅଫିସ ଥାଇ ମଧ୍ୟ ଜାଣି ଶୁଣି ଖୁଲମ ଖୁଲା ଭାବେ ଦିନ ରାତି ଧରି ଖଣି ଚଳାଇଛନ୍ତି । ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ କହିଛନ୍ତି ନିଶ୍ଚିତ ଭାବେ ବେଆଇନି ଖଣି ଉପରେ ଲାଗିବ ରୋକ । ଦେଖାଯାଉ ପୋଲିସ ପ୍ରଶାସନ ଓ ଚିଲିକା ତହସିଲଦାର କେବେ ବେଆଇନି ଖଣି ଉପରେ ରୋକ ଲଗାଉଛନ୍ତି ।

Leave a Reply

Your email address will not be published. Required fields are marked *