ଚେତାବନୀ ଦେଲେ ଗୋତିମୁକ୍ତି ଆନ୍ଦୋଳନକାରୀ ଦଳ

ଫୋକସ ପ୍ଲସ (କୋଣାର୍କ)୨୪/୦୬/୨୦୨୨:କୋଣାର୍କ ସ୍ଥିତ ମୈତ୍ରୀ ବିହାର ରେ ଓଡ଼ିଶା ଗୋତି ମୁକ୍ତି ଆନ୍ଦୋଳନ ର ପୁରୀ ଜିଲ୍ଲାର ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବାରିକ ଓ ସିଠ ଜାତିର ଶତାଧିକ ପୁରୁଷ ଓ ମହିଳା ଏହି ତିନି ଗୋଟି ବ୍ଲକର ମୁଖ୍ୟ ପରିଚାଳକ ପ୍ରଭାକର ବାରିକ ଙ୍କ ଆହ୍ବାନ କ୍ରମେ ଏକାଠି ହୋଇଥିଲେ ।
ଆଜି ଦିନରେ କିପରି ସମସ୍ତ ଗୋତି ଶ୍ରମିକ ମାନର ସରକାରଙ୍କ ଠାରୁ ସେମାନଙ୍କ ଗୋତି ଶ୍ରମିକ ମାନ୍ୟତା ଦିଆଯାଇଥିଲେ ମଧ୍ୟ ସେମାନଙ୍କୁ ଏର୍ଯ୍ୟନ୍ତ କୌଣସି ଅର୍ଥ ରାଶି ଦିଆଯାଇନାହିଁ ଆଲୋଚନା କରିବା ସହିତ ଆଗାମୀ ଦିନରେ ପୁରୀ ଜିଲ୍ଲାର ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଅନେକ ଗୋତି ଶ୍ରମିକ ଭାବରେ କାମକରୁଥିବା ପୁରୁଷ ଓ ମହିଳା ମାନଙ୍କୁ ସରକାର ଙ୍କ ତରଫରୁ ମାନ୍ୟତା ଦିଆଯିବା ସହିତ ସରକାର ଙ୍କ ତରଫରୁ ଦିଆଯାଉଥିବା ଅର୍ଥ ରାଶି ପ୍ରଦାନ କରିବାକୁ ଏହି ତିନି ଗୋଟି ବ୍ଲକର ମୁଖ୍ୟ ପରିଚାଳକ ଭାବରେ ପ୍ରଭାକର ବାରିକ ଓ ଅସ୍ତରଙ୍ଗ ସଭାପତି ନରେନ୍ଦ୍ର ବାରିକ ପ୍ରକାଶ କରିଛନ୍ତି ।

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *