ଚୋରଙ୍କ ଟାର୍ଗେଟରେ ମନ୍ଦିରରୁ

ଫୋକସ ପ୍ଲସ(ଚଣ୍ଡିଖୋଲ)୪/୦୯/୨୦୨୨: ଚୋର ଙ୍କ ଟାର୍ଗେଟ ରେ ଠାକୁରଙ୍କ ଅଷ୍ଟଧାତୁ ମୂର୍ତ୍ତୀ l ମୂର୍ତ୍ତୀ ଚୋରିକରିବା ପାଇଁ ଆସିଥିଲେ ହେଲେ ମୂର୍ତ୍ତୀ କୁ ଓଜନ ଅଧିକ ହେବାରୁ ଠାକୁରଙ୍କ ପୂଜା ସାମଗ୍ରୀକ ଜିନିଷ ଚୋରି କରି ନେଇଗଲେ | ଜାଜପୁର ବାଲିଚନ୍ଦ୍ରପୁର ଥାନା ଦଖିଣକୂଳ ଗ୍ରାମର ଆରାଧ୍ୟ ପ୍ରଭୁ ନିରାକାର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି, ତେବେ ଲୁଟେରା ମାନଙ୍କ କୌଣସି ପତ୍ତା ମିଳି ନ ଥିବା ବେଳେ ଏ ନେଇ ବାଲିଚନ୍ଦ୍ରପୁର ଥାନା ରେ ଅଭିଯୋଗ ହୋଇଛି l ଗାଁ ଲୋକଙ୍କ କହିବା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୁଇଟି ଗେଟ ର ତାଲା ଭାଙ୍ଗି ପ୍ରଭୁ ନିରାକାର ଠାକୁରଙ୍କ ମୂର୍ତ୍ତୀ ଚୋରି କରିବା ପାଇଁ ବୋଧହୁଏ ଆସିଥିଲେ, ମୂର୍ତ୍ତିଟିର ଓଜନ ଅଧିକ ଥିବାରୁ ସେମାନେ ମୂର୍ତ୍ତୀ ନେଇ ପାରି ନାହାନ୍ତି I ଠାକୁରଙ୍କ ଅନ୍ୟନ୍ୟ ସମାଗ୍ରୀ ନେଇ ଯାଇଥିବା କହିଛନ୍ତି | ତେବେ ସକାଳୁ ମନ୍ଦିରର ପୂଜାରୀ ମନ୍ଦିର ଖୋଲିଲା ବେଳେ ଏହି ସବୁ ଭଙ୍ଗାରୁଜା ଓ ଚୋରି ସମ୍ପର୍କରେ ମନ୍ଦିର କମିଟିକୁ ଜଣାଇବା ପରେ କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି |

 

ଚଣ୍ଡିଖୋଲ ରୁ ନିହାର ରଞ୍ଜନ ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲସ।

 

Leave a Reply

Your email address will not be published. Required fields are marked *