ଚୋର ଭାବି ନିର୍ଧୁମ ଛେଚିଲେ !

ଫୋକସ ପ୍ଲସ(ବୌଧ)୪/୦୯/୨୦୨୨:ଗତକାଲି ରାତିରେ ଚୋରିକରି ଆସିଥିବା ସଂନ୍ଦେହେ ରେ ଯୁବକ କୁ ନିରଧୁମ ଛେଚିବା ସହ ପୋଲିସ କୁ ଜିମାଦେଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି, ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନମୁଣ୍ଡା ଥାନା କନାପଡା ଗ୍ରାମ ରେ ।ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ 12 ଘଣ୍ଟା ସମୟରେ ଗାଁକୁ ଆସିଥିବା ତିନି ଜଣ ଯୁବକ ଗାଁରେ ବୁଲୁଥିବା ବେଳେ ଗାଁ ର କିଛି ଲୋକ ଦେଖିବାକୁ ପାଇଥିଲେ। ହେଲେ ଯୁବକ ମାନେ ଗାଁ ର କି ଆଖ ପାଖ ଅଞ୍ଚଳ ର ହୋଇନଥିବା ବେଳେ ଉକ୍ତ ଯୁବକ ମାନେ ସନ୍ଦେହ ଘେରକୁ ଆସିଥିଲେ। ଯୁବକ ମାନଙ୍କ ମଧ୍ୟ ରୁ ଘଟଣା ସ୍ଥଳ ରୁ ଦୁଇ ଜଣ ଚମ୍ପଟ ମାରିଥିବା ବେଲେ ଜଣ କୁ ଧରି ଗ୍ରାମବାସୀ ଧରି ଉତ୍ତମ ମଧ୍ୟମ ଛେଚି ମନମୁଣ୍ଡା ପୋଲିସ କୁ ଜିମା ଦେଇ ଥିଲେ। ଏନେଇ ଆମେ ମନମୁଣ୍ଡା ପୋଲିସ କୁ ଯୋଗାଯୋଗ କରିବାରୁ ତଦନ୍ତ ପରେ ଜଣାପଡ଼ିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ଗୋପିନାଥ ପ୍ରଧାନ ସୂଚନା ଦେଇଛନ୍ତି ।

ବୌଧ ରୁ ସାର୍ଟ ମୁଦୁଲି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *