ଚୋର ସଂଦେହ ରେ ଆକ୍ରମଣ

ଫୋକସ ପ୍ଲସ 25/11/22 (ଗଜପତି ): ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁ ରେ ଗତ ରାତିରେ ଚୋର ସନ୍ଦେହରେ ଆକ୍ରମଣ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହାତ ଏବଂ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି । ସୁଚନା ଯୋଗ୍ୟ ଯେ କାଶୀନଗର ଥାନା ଅନ୍ତର୍ଗତ କିଡିଗାଁରେ ବିଳମ୍ବିତ ରାତିରେ କିଛି ବ୍ୟକ୍ତି ସଂଦେହ ଜନକ ଅବସ୍ଥାରେ ବୁଲୁ ଥିବା ଜାଣିପାରି କିଛି ଲୋକ ଆକ୍ରମଣ କରିଥିବା ଜଣାପଡିଛି ।ଏହି ଆକ୍ରମଣରେ ଶିକାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ସୁଚନା ପାଇ କାଶୀନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଆହାତ ଜଣକୁ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି ।ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଉଭୟଙ୍କ ପରିଚୟ ମିଳିନଥିବା ବେଳେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ବୋଲି ଥାନାଧିକାରୀ ସୁସାନ୍ତ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *