କଟକ,ଚୌଦ୍ୱାର05/12(ଫୋକସ ପ୍ଲସ) ; ହିନ୍ଦୁ ଧର୍ମରେ ଗାଈ କୁ ପୂଜା କରାଯାଏ। ଗାଈ ର ଶରୀର ରେ ତେତିଶ କୋଟି ଦେବାଦେବୀ ରହିଥିବ ମାନ୍ୟତା ରହିଛି। ଆଜି ପବିତ୍ର ପ୍ରଥମାଷ୍ଟମୀ ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥ ଚାଉଳିଆ ପୋଲ ନିକଟରେ। ଗୋମାଫିଆ ମାନେ ବେଆଇନ୍ ଭାବେ ଗୋମାତାଙ୍କୁ ଗୋଡ଼କୁ ବାନ୍ଧି ଏକ ଗାଡ଼ିରେ କଂସେଇ ଖାନା କୁ ନେବାବେଳେ ବଜରଙ୍ଗ ଦଳର କର୍ମୀ ମାନେ ବିଶେଷ ସୂତ୍ରରୁ ଖବର ପାଇ ଗାଡିଟିକୁ ଧରି ଚୌଦ୍ୱାର ଥାନା କୁ ଖବର ଦେଇଥିଲେ। ଘଟଣା ସ୍ଥଳରୁ ଗାଡ଼ିର ଡ଼୍ରାଇଭର ଫେରାର ଥିବାବେଳେ ବେପାରୀକୁ କାବୁ କରି ପୋଲିସ ଜିମା ଦେଇଥିଲେ। ଚୌଦ୍ୱାର ପୋଲିସ ଗାଡ଼ିଟିକୁ ଜବତ କରିବା ସହିତ ଗୋମାତାଙ୍କୁ ସ୍ଥାନୀୟ ଜଗତପୁର ଗୋଶାଳା ରେ ଛାଡିଥିବା ସୂଚନା ମିଳିଛି। ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ବଜରଙ୍ଗ ଦଳ ଖବରପାଇ ବେଆଇନ୍ ଗୋଚାଲଣ କୁ ବିରୋଧ କରୁଥିବା ବେଳେ ପୋଲିସ କିଭଳି ଚୁପ୍ ରହୁଛି।