ଛତ୍ରପୁର ରାଜରାସ୍ତାରେ ହୃଦୟ ବିଦାରକ ଦୃଶ୍ୟ

ଫୋକସ ପ୍ଲସ(ବ୍ୟୁରୋ): ଏମିତି ଏକ ଅମାନବୀୟ ଦୃଶ୍ୟ ଛତ୍ରପୁର ରାଜରାସ୍ତାରେ ଦୃଶ୍ୟ ଦେଖିବାକୁ ମିଳିଛି । ଦେଖିବାକୁ ମିଳିଛି ଯେ ଏକ ମୃତ ଗାଈକୁ ଦଉଡିରେ ବାନ୍ଧି ଘୋଷାଡି ଘୋଷାଡି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛି । ଗାଈକୁ ଗୋମାତା କହି ଆମେ ପୂଜା କରୁଛନ୍ତି ଆଉ ଏପଟେ ପୂଜା କରୁଥିବା ବେଳେ ଏହି ଭଳି ଏକ ହୃଦୟ ବିଦାରକ ଦୃଶ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଛି ।

ଏକ ଅଜଣା ଗାଡି ଧକ୍କାରେ ଗାଈଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଗାଈଟିକୁ ଅନ୍ୟ କୌଣସି ଉପାୟରେ ମଧ୍ୟ ନିଆ ଯାଇପାରିଥାନ୍ତେ ନିଆନଯାଇ I ଏକ ଦଉଡି ସାହାଯ୍ୟରେ ଏନଏଚଏଆଇ ଗାଡିରେ ବାନ୍ଧି ରାସ୍ତାରେ ଘୋଷାଡି ନେଉଥିବାର ଦୃଶ୍ୟ ଅତି ଘୃଣ୍ୟ ପାଲଟିଛି । ଯାହାକୁ ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *