ଫୋକସ ପ୍ଲସ ୧୯/୧/୨୩(ଥୁଆମୂଳ): ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ସର୍ଗିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଏବେ ବିପଦ ସଂକୁଳ ଅବସ୍ଥାରେ ପଡ଼ିରହିଛି। ଆଜିକୁ ପ୍ରାୟ ୬/୭ ମାସ ବିତିଗଲାଣି ଏହି ଶ୍ରେଣୀ ଗୃହ ଠାରେ ପାଠ ହୋଇ ପାରୁନାହିଁ। ସଂପୂର୍ଣ୍ଣ ଭାବରେ ଏହି ବିଦ୍ୟାଳୟ ଗୃହଟିକୁ ତାଲା ମାରି ବନ୍ଦ କରିଦିଆଯାଇଛି । ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ଆଉ ଏହି ଶ୍ରେଣୀ ଗୃହଠାରେ ହୋଇପାରୁ ନାହିଁ। ୨୦୦୯ ମସିହାରେ ଏହି ଗାଁର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଏକ ବିଦ୍ୟାଳୟ ନିର୍ମାଣ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ନିର୍ମାଣ ସମୟରେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହି ୯ ଲକ୍ଷ ଟଙ୍କାର ବିଦ୍ୟାଳୟ ଗୃହଟି ସଠିକ ଭାବେ ନିର୍ମାଣ ହୋଇ ପାରିନଥିଲା । ପ୍ରଧାନ ଶିକ୍ଷକ ଦୟାନିଧି ନାଏକ ଏବଂ ତାଙ୍କ ସଂପର୍କୀୟ ଲୋକ ମିଶି ଏହି ବିଦ୍ୟାଳୟ ଗୃହଟିକୁ ଠିକାଦାର ସାଜି କାମ କରିଥିଲେ। ଯାହାଫଳରେ ପ୍ରଧାନ ଶିକ୍ଷକ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ହେତୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କାର୍ଯ୍ୟରେ ନ ଆସି ଆତ୍ମସାତ କରାଯାଇଛି। ଯାହା ଦ୍ଵାରା ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଠାରେ ବସି ପାଠନପଢି ପାରି ଦୁର୍ଦ୍ଦଶା ଭୋଗୁଛନ୍ତି। ୨୬ ଜଣ ନିରିହ କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏବେ ବର୍ତ୍ତମାନ ଗାଁଠାରେ ରହିଥିବା ଏକ ଛୋଟିଆ କୋଠରୀରେ ନିର୍ମାଣ କରାଯାଇଥିବା ଆମ ଗାଁ ଆମ ବିକାଶ ଗୃହ ଠାରେ ପାଠପଢା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ଗୋପାଳପୁର ଗ୍ରାମପଞ୍ଚାୟତ ସରପଞ୍ଚ ବେଣିମାଝୀ, ଖମାରପଦର କ୍ଳୋଷ୍ଟର ର ସିଆରସିସି ସୁନାଧର ମାଝୀ, ବିଡ଼ିଓ ଶୁଭକାନ୍ତ ନାଏକ, ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଯୋଗାଯୋଗ କରା ଯାଇଥିଲା କିନ୍ତୁ ଯୋଗାଯୋଗ ସମ୍ଭବପର ହୋଇ ନଥିଲା। ପ୍ରଧାନ ଶିକ୍ଷକ ଦୟାନିଧି ନାଏକ କେମେରା ସାମ୍ନାରେ ମୁହଁ ଖୁଲୁ ନାହାଁନ୍ତି। ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ମଧ୍ୟ କାହା ଭୟରେ ଏସଂପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁନାହାନ୍ତି ଏହାକୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି। ସରକାର ହକି ଖେଳ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଂଚଳରେ ରହିଥିବା ବିଦ୍ୟାଳୟ ଗୃହ ଗୁଡ଼ିକର କଥା ବିଚାର କରୁନାହାଁନ୍ତି ଖେଳ ସହିତ ପାଠପଢା ମଧ୍ୟ ଆବଶ୍ୟକ ରହିଛି ଶିକ୍ଷା ବିନା କିଛି ନାହିଁ।