ଭଦ୍ରକ20/01/2024: ହଠାତ୍ ଦିନ ବାରଟାରେଦେବେନ୍ଦ୍ର ବେହେରା ଙ୍କ ମୋବାଇଲ କୁ ଏକ କଲ୍ ଆସିଥିଲା ଆଉ ଯାହା ଶୁଣିଲେ ଦେବେନ୍ଦ୍ର ବେହେରା ଙ୍କ ପାଦ ତଳୁ ମାଟି ଖସି ଗଲା ମୁଣ୍ଡ ବୁଲାଇ ଦେଲା ସେ କଲ ଥିଲା ଉର୍ମିଳା ଲେଡିସ ଛାତ୍ରୀ ବାସ ର ମାଲିକ ଙ୍କ କଲ୍ ଯେଉଁ ଛାତ୍ରୀ ବାସ ରେ ରହିତାଙ୍କ ଝିଅ ପଢ଼ୁ ଥିଲା ତୁମ ଝିଅ ଆଉଜୀବନରୁ ନାହିଁ ଭିତର ପଟୁ ଖୁଡିକି ଦେଇ ପଙ୍ଖା ରେ ଦୌଡ଼ି ଲଗାଇ ଆତ୍ମ ହତ୍ୟା କରି ଦେଇଅଛି ।ଯେତେ ଶୀଘ୍ର ପାରୁଛ ଜଲଦି ଆଶି ପହଞ୍ଚ। ହଁ ଆଜ୍ଞା ଆମେ କହୁଛୁ ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅନ୍ତର୍ଗତ କୁରିକଣ। ଗ୍ରାମର ଦେବେନ୍ଦ୍ର ବେହେରା ଙ୍କ ଝିଅ କଥା ଗରିବ ଖଟିଖିଆ ଦେବେନ୍ଦ୍ର ବେହେରା ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଧାର ଉଦ୍ଧାର କରି ପେଟକୁ ଦି ଓଳିଭଲରେ ନ ଖାଇ ନ ପିଇ ଝିଅ କୁ ଭଦ୍ରକ ଅଟୋ ନମନ୍ସ କଲେଜ ରେ ପାଠ ପଢ଼ାଉ ଥିଲା ଘର ଠାରୁ କଲେଜ ଦୂର ଥିବାରୁ କାଳେ ଝିଅ ର ପାଠ ପଢ଼ାରେ ଅସୁବିଧା ହେବ ତେଣୁ ଛାତ୍ରୀ ବାସ ରେ ରଖି ପଢ଼ାଉ ଥିଲେ ତାଙ୍କ ଝିଅ ଙ୍କୁ କାରଣ ଆଶା ଅସୁମାରୀ ତ..ମୋ ଝିଅ ବୋହୁତ ପାଠ ପଢ଼ିବ ଶିକ୍ଷିତା ହେବ,ଭଲ ନମ୍ବର ରଖିବ ମୋ ନାଁ ରଖିବ ଚାକିରି କରିବ ଭଲ ଘରେ ବାହା ହେବ ମୋର ଦୁଃଖ ଯିବ। ଏମିତି ଅନେକ ସ୍ବପ୍ନ ଉଙ୍କି ମାରିଥିଲା ଦେବ ଙ୍କ ମନରେ।ତାଙ୍କର ଝିଅ ଥିଲେ ସାତୋଟି ,ପୁଅ ଗୋଟେ ,ପୁଅ ଥିଲା ସାନ ଝିଅ ଟି ତାଙ୍କର ଥିଲା ସବୁଠାରୁ ବଡ ଆଉ ଗେହ୍ଲା । ଛୋଟ ଛୁଆ ବେଳୁ ଖେଳୁ ଖେଳୁ ଚୁଲି ରେ ପଡ଼ି ଦୁଇ ଗୋଡ଼,ହାତ,ପିଠି ଓ ପେଟ ପୋଡ଼ି ଯାଇଥିଲା । ସେ ଥିଲା ଭିନ୍ନ କ୍ଷମ ହେଲେ ପାଠପଢା ରେ ଥିଲା ତାଙ୍କର ଆଗ୍ରହ। ଭଲ ପାଠ ମଧ୍ୟ ପଢୁ ଥିଲା ସେ। ଘରେ ସମସ୍ତେ ମଧ୍ୟ ବୋହୁତ ଭଲ ପାଉଥିଲେ। ହେଲେ ସବୁ ଆଶା ଆଜି ଧୂଳିସାତ ହୋଇ ଯାଇଛି ଆଶା ଆଜି ଆଶାରେ ଯାଇଛି ।ସବୁ ସ୍ବପ୍ନ ଆଜି ଭାଙ୍ଗି ରୁଜି ଧୂଳିସାତ ହୋଇ ଯାଇଛି ଗରିବ ଖଟିଖିଆ ବାପା ଟିର ଝିଅ ଟି ଆଜି ସବୁଦିନ ପାଇ ଚିର ନିଦ୍ରା ରେ ଶୋଇ ଯାଇଛି। କାରଣ ସେ ରହୁଥିବା ଛାତ୍ରୀ ବାସ ରେ ପଙ୍ଖା ରେ ବେକରେ ଦୌଡ଼ି ଲଗାଇ ଜୀବନ ହାରି ଦେଇଛି ।ଏମିତି କଣ ପାଇଁ କଲା କେହିବି କହିପାରୁନାହାନ୍ତି କାରଣ ଅସ୍ପଷ୍ଟ କଣ ପାଇଁ ଝିଅ ଆତ୍ମ ହତ୍ୟା କରିଦେଇଛି କେହି କିଛି ବୁଝି ପାରୁ ନାହାଁନ୍ତି। ସମସ୍ତେଘର ଲୋକ ତାଙ୍କୁ ବୋହୁତ ଭଲ ପାଉ ଥିଲେ। କଳୀ ଝଗଡ଼ା ତ କାହା ସହ ନ ଥିଲା କିଏ କହିବ ଏମିତିକା ନିଷ୍ପତ୍ତି କାହିଁକି ନେଲା ଝିଅ ଏମିତି ଅନେକ ପ୍ରଶ୍ନ ନଜକୁ ନିଜେ ପଚାରି ଖାଲି ବୁକୁ ଫଟାଇ ବାହୁନି ବାହୁନି କାନ୍ଦି ତଳେ ଲୋଟି ଯାଉଛନ୍ତି ଆଉ କୋହୁଛନ୍ତି ମୋ ଧନ….., ମୋ ଗେଲ୍ହୀ…., ମୋ ମା….. କୁଆଡ଼େ ଗଲୁ ଲୋ ଆମକୁ ଛାଡ଼ି….କେମିତି ଭୁଲିଗଲୁ ଟିକେ କଣତୁ ଆମ କଥା ମନେ ପକାଇ ଲୁ ନାହୁଁ ନା ତତେ ଭୁଲି କେମିତି ବଞ୍ଚିବୁ ଆମେ…. ,ଆମକୁ ଆଉ କିଏ ଡାକିବ ବାପା , ଆଉ କିଏ ଡାକିବ ମା କାହିଁକି ଏମିତି କଲୁରେ …..କୁନି କୁନି ଭାଇ ଭଉଣୀ ମାନଙ୍କୁ କେମିତି ଭୁଲି ଏମିତିକା ନିଷ୍ପତ୍ତି ନେଇ ଗଲୁ ଏକା ଏକା। ଖାଲି କାନ୍ଦୁ ନାହାନ୍ତି ତାଙ୍କ ସହ ପରିବାର ବର୍ଗ ବରଂ ନିଜର ପ୍ରିୟମାଣମାନେ ତାଙ୍କର ପ୍ରିୟ ର ମଣିଷ ଟିକୁ ହରାଇ ଘୁମୁରି ଘୁମୁରି ଝୁରି ହୋଇ କାନ୍ଦୁଚିଛନ୍ତି ସାରା ଗାଁ ର ଆବଳବୃଦ୍ଧ ବନିତା । ସେ ଥିଲା ବୋହୁତ ମେଳାପି ଆଉ ମିଷ୍ଠଭାସି , ପିଲା ଠାରୁ ବଡ ସମସ୍ତ ତାକୁ ସ୍ନେହ ଆଦର କରୁଥିଲେ ଭଲ ପାଉଥିଲେତାକୁ ସେ ଥିଲା ସମସ୍ତଙ୍କ ପ୍ରିୟ ର ପାତ୍ର। ଆଜି ସମସ୍ତଙ୍କୁ ପର କରି ସବୁଦିନ ପାଇଁ ଅଫେର ରାଇଜ କୁ ଚାଲି ଯାଇଛି। ଆଉ ଯେଉଁଠି କେହି କେବେ ଫେରନ୍ତି ନାହିଁ। ଝିଅ ପ୍ରକୃତ ରେ ଆତ୍ମ ହତ୍ୟା କରିଛି ନା ତାଙ୍କୁ ହତ୍ୟା କରାଯାଇଛି। ତାହା ତଦନ୍ତ କରିବା ସହ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଏହାର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଭଦ୍ରକ ଜିଲ୍ଲା ପ୍ରଶାସନ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।