ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା, ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଫୋକସ ପ୍ଲସ (ମହାକାଳପଡ଼ା)୨୨/୦୭/୨୦୨୨:ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା ଦାଗ ଏହି ଦାଗ ଲଗାଇଛନ୍ତି ବିଜ୍ଞାନ ଶିକ୍ଷକ । ଏଭଳି ନିନ୍ଦା ଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ବିଜୟନଗର ସରକାରୀ ଉଚ୍ଚବିଦ୍ୟାଳୟ ରେ । ଗତ ୧୮ତାରିଖ ଦିନ ସ୍କୁଲ ଚାଲୁଥିବା ସମୟରେ ଦଶମ ଶ୍ରେଣୀର ପଡ଼ୁଥିବା ଜଣେ ଛାତ୍ରୀଙ୍କୁ କ୍ଲାସ ର ପଛ ଡେକ୍ସ କୁ ବିଜ୍ଞାନ ଶିକ୍ଷକ ଡାକି ଅସଦାଚରଣ କରିଥିଲେ ଯାହାକୁ ନେଇ ସମସ୍ତ ଛାତ୍ର ଛାତ୍ରୀ ପ୍ରଥମେ ସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । କିଛି ପଦକ୍ଷେପ ନନେବାର ତାର ପରଦିନ ଅର୍ଥାତ୍ ୧୯ତାରିଖ ଦିନ ଥାନାର ଦ୍ୱାରସ୍ତ ହୋଇଥିଲେ ପରିବାର ଲୋକେ । ଘଟଣାକୁ ୫ଦିନ ବିତିଯାଇଥିଲେ ମଧ୍ୟ କେବଳ ସେହି ଶିକ୍ଷକ କୁ ଅନ୍ୟ ଏକ ସ୍କୁଲ କୁ ବଦଳି କରିଦେଇଛନ୍ତି ବୋଲି ଆଜି ଜାଣିବା ପରେ । ଆଜି ପିଲାମାନେ ଓ ତାଙ୍କ ଅଭିବାହାକ ମିଶିକି ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଏହା ସହିତ କହିଛନ୍ତି ଯେପର୍ଯ୍ୟନ୍ତ ସେହି ଶିକ୍ଷକ କୁ ଗିରଫ ଓ ଚାକିରିରୁ ବହିଷ୍କାର କରା ନଯାଇଚି ସେପର୍ଯ୍ୟନ୍ତ ଧାରଣା ରୁ ହଟିବେ ନାହିଁ ।

ମହାକାଳପଡ଼ା ରୁ ସମୀର ପ୍ରସାଦ ଓ କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ରିପୋର୍ଟ ଫୋକସ ପ୍ଳୋସ ।

 

Leave a Reply

Your email address will not be published. Required fields are marked *