ଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା, କୋର୍ଟ ଚାଲାଣ ହେଲେ ଶିକ୍ଷକ

ଫୋକସ ପ୍ଲସ (ଭଦ୍ରକ)୨୬/୦୭/୨୦୨୨: ଖବର ପ୍ରକାଶ ପରେ ନିଲମ୍ବିତ ହେଲେ ଶିକ୍ଷକ ଆଜି ଗିରଫ ହୋଇ କୋର୍ଟ ଚାଲାଣ ମଧ୍ୟ ହେଲେ !
ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଚାରିଜଣ ଛାତ୍ରୀ ଗୁରୁତର । ଫଳରେ ମାଡ଼ ମାରିଥିବା ଶିକ୍ଷକଙ୍କୁ ଅଟକ ରଖିଥିଲେ ଅଭିଭାବକ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ କସିଆ ମେରାଇନ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ବିଦ୍ୟାଳୟରେ ଚାଲିଥିବା ଜ୍ୟାମିତି କ୍ଲାସରେ ଶିକ୍ଷକ କଳ୍ପତରୁ ମଳିକ ଛାତ୍ରଛାତ୍ରୀ ଙ୍କୁ ଆଖିବୁଜା ମାଡ଼ ମାରିଥିଲେ । ଫଳରେ 14ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ 4ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତ୍ୱର ହୋଇଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ମେଡିକାଲରେ ଭର୍ତି କରାଯାଇଥିଲା । ଖବର ପାଇ ଅଭିଭାବକ ମାନେ ବିଦ୍ୟାଳୟରେ ହୋହାଲା କରିବା ସହିତ ଶିକ୍ଷକଙ୍କୁ ଅଟକ ରଖିଥିଲେ। ରସିକିଆ ଶିକ୍ଷକ ଜଣକ ଖାତାରେ ପ୍ରେମ ନିବେଦନ କରି ଆଇ ଲଭ ୟୁ, ଆଇ ମିସ ୟୁ ବୋଲି ଲେଖୁଥବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି | କସିଆ ମେରାଇନ ପୋଲିସ ପହଂଚି ଶିକ୍ଷକଙ୍କୁ ଉଦ୍ଧାର କରିଥିଲା ! ଅବିଭାବକ ଏତଲା ମୂଳେ ପୋଲିସ ଘଟଣାର ତଦନ୍ତ ଘଟଣାର ସତ୍ୟତା ଜାଣି କେଶ ନମ୍ବର 89/22 ମୂଳେ 341,323,325,294,506,354a, ପୋସ୍କୋ ଆକ୍ଟମୂଳେ ସମୃକ୍ତ ଶିକ୍ଷକ କଳ୍ପତୁରୁ ମାଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି |

ବାସୁଦେବପୁର ରୁ ପ୍ରମୋଦ ରାଉତଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *