ଛୁଆ ଜନ୍ମ କରିବେ ଦେଶର ପ୍ରଥମ ଗର୍ଭବତୀ ପୁରୁଷ

ଫୋକସ ପ୍ଲସ ୪/୨/୨୩(ବ୍ୟୁରୋ):ଥିଲେ ଝିଅ ହେଲେ ପୁଅ ,ଗର୍ଭବତୀ ହୋଇ ଏବେ ଜନ୍ମ କରିବେ ଛୁଆ | ଦର୍ଶକ ବନ୍ଧୁ ଏକଥା ଆପଣ ମାନଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ | ଏଭଳି ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି କେରଳର କୋଝିକୋଡ଼ରେ | କୋଳକୁ ସନ୍ତାନଟିଏ ଆସିଲେ ମା’ ଜୀବନର ପୂର୍ଣ୍ଣତା ଆସିଥାଏ। ମା’ର ବାତ୍ସଲ୍ୟ ମମତା, ତପସ୍ୟା, ଅବଦାନ ଅବର୍ଣ୍ଣନୀୟ। ଖାଲି ମା’ ନୁହେଁ ବାପା ମଧ୍ୟ ସନ୍ତାନର ଲାଳନ ପାଳନରେ ନିଜକୁ ସମର୍ପି ଦେଇଥାନ୍ତି। ହେଲେ ଦର୍ଶକ ବନ୍ଧୁ ଏଠି ଆମେ ଆପଣଙ୍କୁ ଏମିତି ଏକ ଯୋଡି ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଚକିତ ହେବେ। ଏଠି ଜଣେ ମହିଳା ନୁହେଁ ବରଂ ପୁରୁଷ ଗର୍ଭବତୀ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଜହାଦ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ଗର୍ଭରେ ଶିଶୁ ବଢ଼ୁଛି । ଏହି ଘଟଣା ଦେଶରେ ପ୍ରଥମ । ତେଣୁ ନିଜେ ହିଁ ଶିଶୁଟିର ଉଭୟ ବାପା ଓ ମା’ ବୋଲି କହିଛନ୍ତି ଜହାଦ । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ୍‌ ଜିୟା ଓ ଜହାଦ ଖୁବ୍‌ଶୀଘ୍ର ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେହି ନୂଆ ଅତିଥି ଆଉ କେହି ନୁହଁନ୍ତି। ବରଂ ସେମାନଙ୍କର ପ୍ରଥମ ସନ୍ତାନ। ଏନେଇ ଉଭୟ ସୋସିଆଲ୍‌ ମିଡିଆ ଜରିଆରେ ବାପା ଓ ମା’ ହେବାକୁ ଯାଉଛନ୍ତି ବୋଲି ଖୁସି ଖବର ଦେବା ସହ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି । ମାର୍ଚ୍ଚ ମାସରେ ସେମାନଙ୍କର ପ୍ରଥମ ସନ୍ତାନ ଦୁନିଆକୁ ଆସିବ ବୋଲି ଜିୟା ଓ ଜହାଦ ଆଶା ରଖିଛନ୍ତି। ଏହି ଯୋଡି ଦୁହେଁ ଦୁହିଁକୁ ଖୁବ ଭଲ ପାଉଥିଲେ ଏବଂ ଗତ ୩ ବର୍ଷ ହେବ ଉଭୟ ଏକାଠି ରହୁଥିଲେ | ଏବଂ ପରେ ସେମାନେ ଏଭଳି ନିଷ୍ପତି ନେଇଥିଲେ |ଏଥିରେ କୌଣସି ବାଧା ମଧ୍ୟ ସୃଷ୍ଟି ହୋଇନଥିଲା | ତେବେ ଇନଷ୍ଟାଗ୍ରାମରେ ପ୍ରେଗନାନ୍ସି ଫଟୋ ଶେୟାର କରି ଜିୟା ଲେଖିଛନ୍ତି, ‘ଜନ୍ମରୁ ମୁଁ ମହିଳା ନଥିଲି। ଦିନେ ଜଣେ ଛୋଟ ଛୁଆ ମୋତେ ମା’ ବୋଲି ଡାକି ଦେଇଥିଲା। ଏହ ପରଠୁ ମୋ ଭିତରେ ମାତୃତ୍ୱ ହେବାର ସ୍ୱପ୍ନ ଥିଲା। । ମୋର ଏକ ସ୍ୱପ୍ନ ଥିଲା ମୁଁ ମା’ ହେବି, ସେହିପରି ଜହାଦଙ୍କର ମଧ୍ୟ ବାପା ହେବାର ଏକ ସ୍ୱପ୍ନ ଥିଲା। ଆଉ ଆଜି ଉଭୟଙ୍କ ସହମତି କ୍ରମେ ୮ ମାସର ସନ୍ତାନ ତାଙ୍କ ଗର୍ଭରେ ବଢ଼ୁଛି।’ ତେବେ ଏକ ରିପୋର୍ଟ ଅନୁସାରେ, ଏହି ଟ୍ରାନ୍ସଜେଣ୍ଡର କପଲ୍‌ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀର ସହାୟତା ନେଇଥିଲେ। ଜନ୍ମରୁ ଜିୟା ପୁଅ ଥିଲେ। ହେଲେ ସର୍ଜରୀ କରି ସେ ଝିଅ ହୋଇ ଯାଇଥିଲେ। ସେହିପରି ଜହାଦ ଝିଅ ଥିଲେ, ହେଲେ ପରବର୍ତ୍ତୀ ସମୟରେ ପୁଅ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ମଧ୍ୟ ଜହାଦ ଗର୍ଭଧାରଣ କରିଥିଲେ। କୁହାଯାଉଛି ଯେ, ପୁରୁଷ ହେବା ପାଇଁ ସର୍ଜରୀ ବେଳେ ଜହାଦଙ୍କ ଗର୍ଭାଶୟ ଓ ଅନ୍ୟ କିଛି ଅଙ୍ଗକୁ ହଟା ଯାଇନଥିଲା। ତେଣୁ ଏବେ ସେ ଗର୍ଭଧାରଣ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *