ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ।

ଛେଳି ଗୋଡ଼ର ଛୋଟ ଛୋଟ ଖଣ୍ଡ, ବାର୍ଲି ପାଉଡର, କୋଳଥ ଡାଲି ଏବଂ ଅଦାକୁ ଏକ ବଡ଼ କଡ଼େଇରେ ନେଇ ଗ୍ୟାସ୍‌ରେ ବସାଇବେ। ତା’ପରେ ସେଥିରେ ୭୫୦ ମିଲିଲିଟର ପାଣି ପକାଇ ଫୁଟାଇବେ। ପାଣି ଫୁଟି ଫୁଟି ଯେତେବେଳେ ୨୦୦ ଗ୍ରାମ୍‌ ହୋଇଯିବ, ସେତେବେଳେ ଗ୍ୟାସ୍‌ ବନ୍ଦ କରିଦେବେ। ଥଣ୍ଡା ହେବା ପରେ ଏହାକୁ ଛଣା ସାହାଯ୍ୟରେ ଛାଣି ପିଅନ୍ତୁ ଗରମାଗରମ ପିଅନ୍ତୁ।

ଫାଇଦା

ମଟନ୍‌ ସୁପ୍‌ ପିଇବା ଦ୍ଵାରା ଶରୀରକୁ କ୍ୟାଲସିୟମ୍‌ ମିଳିଥାଏ, ଯାହାକି ହାଡ଼କୁ ମଜଭୁତ କରିଥାଏ।

ହଜମ ଶକ୍ତି ବୃଦ୍ଧି କରିଥାଏ।

ଆଣ୍ଠୁଗଣ୍ଠି ବିନ୍ଧା ଦୂର କରେ। ଯେଉଁ ବ୍ୟକ୍ତିମାନଙ୍କର ଆଣ୍ଠୁଗଣ୍ଠି ବିନ୍ଧୁଥାଏ, ସେମାନେ ଛେଳି ଗୋଡ଼ ସୁପ୍‌ ପିଇବା ଲାଭଦାୟକ।

ଏହି ସୁପ୍‌ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଶୀତଦିନେ ମଟନ୍‌ ସୁପ୍‌ ପିଇବା ଲାଭଦାୟକ। ଏହା ଶରୀରକୁ ଆରାମ ଦେଇଥାଏ।

ଆବଶ୍ୟକୀୟ ସାମଗ୍ରୀ

ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌

ଗୋଲମରିଚ – ୧୦ ଗ୍ରାମ୍‌

ବାର୍ଲି ପାଉଡର – ୧୦ ଗ୍ରାମ୍‌

କୋଳଥ ଡାଲି – ୧୦ ଗ୍ରାମ୍‌

Leave a Reply

Your email address will not be published. Required fields are marked *