ଫୋକସ ପ୍ଲସ 11/02/2023( ବ୍ୟୁରୋ):ଆପଣ ନିଜର ପିଲା ମାନଙ୍କୁ ଛୋଟ ଛୋଟ କଥାରେ ମାଡ଼ ମାରୁଛନ୍ତି କି ? ଏହା ଆଗକୁ ସାଙ୍ଘାତିକ ହୋଇପାରେ ,ଏବେଠୁ ହୋଇଯାଆନ୍ତୁ ସାବଧାନ | କିଛି ଏମିତି ଅଭିଭାବକ ଥାନ୍ତି ନିଜର ପିଲାମାନଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଇ ନଥାନ୍ତି । ଏହା ଦ୍ୱାରା ପିଲାମାନଙ୍କ ଉପରେ ଗଭୀର ପ୍ରଭାବ ପଡିଥାଏ । ଏହା ଆଗକୁ ବଢି ଆଭିଭାବକ ଏବଂ ପିଲାମାନଙ୍କ ସମ୍ପର୍କରେ ପ୍ରଭାବ ପକାଇଥାଏ । ଆଜିର ବ୍ୟସ୍ତବହୁଳ କାରଣରୁ ଅନେକ ଲୋକ ନିଜ ପରିବାର ସହ ଅଧିକ ସମୟ ବିତାଇ ପାରୁନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ନିଜର ପିଲା ମାନଙ୍କ ସହିତ ମଧ୍ୟ ଆବଶ୍ୟକ ସମୟ ଅତିବାହିତ କରିପାରୁନାହାଁନ୍ତି । ଓ୍ଵିକେଣ୍ଡରେ କିମ୍ବା ଛୁଟି ସମୟରେ ଯେତେବେଳେ ସେମାନେ ନିଜ ପରିବାର ସହିତ ସମୟ ବିତାଇବାକୁ ଚେଷ୍ଟା କରୁଛନ୍ତି। ସେତେବେଳେ ପିଲାଟି ସପ୍ତାହ କିମ୍ବା ମାସ ମାସ ଧରି ସାଇତି ରଖିଥିବା ନିଜର ଇଚ୍ଛା ଏବଂ ଭାବନାକୁ ଅଭିଭାବକ ମାନଙ୍କ ପାଖରେ ଅଜାଡି ପକାଇଥାଏ। ଏଭଳି ପରିସ୍ଥିତିରେ କିଛି ଅଭିଭାବକ ନିଜ ପିଲାର ଭାବନାକୁ ବୁଝିବାକୁ ଏବଂ ତାର ଇଚ୍ଛାକୁ ପୁରଣ କରିବାକୁ ଚେଷ୍ଟା କରିଥିବା ବେଳେ ଆଉ କିଛି ସେମାନଙ୍କର ପିଲାମାନଙ୍କ କଥାକୁ ନଜର ଦିଅନ୍ତି ନାହିଁ କିମ୍ବା ବିରକ୍ତି ଭାବ ପ୍ରକାଶ କରନ୍ତି । ଏପରିକି କିଛି ଅଭିଭାବକ କିଶୋର ବୟସରେ ପିଲାମାନଙ୍କ ଚଗଲାମି କରିବା ସ୍ୱଭାବିକ ହୋଇଥାଏ । ଏଭଳି ପରିସ୍ଥିତିରେ ଆଭିବାବକ ଚିନ୍ତାରେ ପଡିଥାନ୍ତି ଏବଂ ଶେଷରେ ପିଲାକୁ ମାଡ଼ ମାରିବା ଶ୍ରେୟ ମଣିଥାନ୍ତି । ଏପରି ବାରମ୍ବାର କରିବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ପିଲାମାନଙ୍କ ସହିତ ଏପରି କରିବା ଦ୍ୱାରା ସେମାନେ ମଧ୍ୟ ଏଥିରୁ ଭୁଲ୍ ଶିକ୍ଷା ଗ୍ରହଣ କରିଥାନ୍ତି ।ପରେ ସେମାନେ ନିଜଠୁ ସାନମାନଙ୍କ ସହିତ ଏହିପରି ବ୍ୟବହାର କରିଥାନ୍ତି । ଏହିପରି ପିଲାମାନଙ୍କ ସହିତ ଯଦି ଆଭିଭାବକମାନେ ଛୋଟଛୋଟ କଥାରେ ମାରପିଟ କରନ୍ତି ତେବେ ପିଲାଟି ନିଜର ବାପା ମାଆଙ୍କୁ ମଧ୍ୟ ଡରିବାକୁ ଲାଗେ । ଏହା ଦ୍ୱାରା ସେ ନିଜକୁ ଛୋଟ ଭାବିବାକୁ ଲାଗିଥାଏ । ଯାହା ପଳରେ ସେ କୌଣସି ଭୁଲ ପଦକ୍ଷେପ ମଧ୍ୟ ନେଇ ପାରେ । ଅଥବା ବାପା ମାଆଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥାଏ ।ମାନସିକ ଭାବେ ଆଘାତ ପାଇପାରେ ଏବଂ ଆଗକୁ ଭୁଲ ନିଷ୍ପତି ମଧ୍ୟ ନେଇପାରେ | ତେବେ ଦର୍ଶକ ବନ୍ଧୁ ଏସବୁ ନ କରିବା ପାଇଁ ହୋଇଯାଆନ୍ତୁ ସାବଧାନ ନହେଲେ ଆପଣଙ୍କ ପିଲାଙ୍କର ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯାଇପାରେ |