ଜଗତସିଂହପୁର ସାରଦା ମଣ୍ଡପରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଫୋକସ ପ୍ଲସ (ଜଗତସିଂହପୁର) ୨୧/୦୬/୨୦୨୨ : ଜଗତସିଂହପୁର ସଦର ମହକୁମା ସ୍ତିତ ସାରଦା ମଣ୍ଡପ ପରିସରରେ ପତଞ୍ଜଳି ଯୋଗପିଠ ତତ୍ତ୍ଵାବଧାନରେ ଆନ୍ତର୍ଯ୍ୟତିକ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି ଦିବସକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ଓ ଦୌରାଜଜ ଅନୁପ କୁମାର ଚନ୍ଦନ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।ଯୋଗ ଶାରୀରିକ ମାନସିକ ଓ ବୌଦ୍ଧିକ ପ୍ରଗତିର ମୂଳ ଉତ୍ସ।ଭାରତରେ ଆରମ୍ଭ ହୋଇଥିବା ପାଞ୍ଚ ହଜାର ବର୍ଷ ପ୍ରାଚୀନ ଏହି ଅଭ୍ୟାସ ଆଜି ସମଗ୍ର ବିଶ୍ଵରେ ଆଦୃତି ପାଇଛି।ବିଶ୍ଵର କୋଣ ଅନୁକୋଣ ରେ ଯୋଗକୁ ମିଳିଛି ବ୍ୟାପକ ସିକୃତି।ଭାରତର ଏହି ଆଧ୍ୟାତ୍ମିକ ଅଭ୍ୟାସକୁ ସାରା ବିଶ୍ବ ମନିଛି। ସେଥିପାଇଁ ବିଶ୍ଵ ବାସି ପାଳନ କରୁଛନ୍ତି ଅନ୍ତର୍ଯ୍ୟତିକ ଯୋଗ ଦିବସ।ଯୋଗ ହିଁ ଶରୀର,ମନ୍ ଓ ଆତ୍ମା ସୁଧିକରଣ ର ଅନନ୍ୟ ମାର୍ଗ।ଏହା ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି ,ଆତ୍ମବିଶ୍ବାସ ଓ ସାହସ କୁ ପ୍ରଶ୍ଚୋହିତ କରେ।ଶରୀର,ମନ୍ ଓ ମସ୍ତିଷ୍କ କୁ ସକାରାତ୍ମକ ମାର୍ଗରେ ନିୟନ୍ତ୍ରଣ କରେ।ଏହି ବର୍ତାର ପ୍ରଚାର ପ୍ରସାର ଅନ୍ତର୍ଯ୍ୟତିୟ ଯୋଗ ଦିବସ ର ଲକ୍ଷ୍ୟ।ଏହି ଯୋଗେ ଦିବସ ଅବସରରେ ଛାତ୍ର ଛାତ୍ରୀ,ସରକାରୀ କର୍ମଚାରୀ,ସାଧାରଣ ଲୋକମାନେ ଯୋଗ ଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ।ଯୋଗ କରିବା ଦ୍ୱାରା ଶରୀର ନିରୋଗ ରହିବା ବୋଲି ଯୋଗ ଗୁରୁ ପ୍ରକାଶ କରିଥିଲେ ।ବାବା ରାମଦେବଙ୍କ ଏହି ଯୋଗ ବିଦ୍ୟାକୁ ଅନ୍ତର୍ଯ୍ୟତିକ ସ୍ଥରରେ ମାନ୍ୟତା ମିଳିବା ପରେ ୨୦୧୫ ମସିହା ଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖରେ ଯୋଗ ଦିବସ ପାଳିତ ହୋଇଆସୁଛି।

ଜଗତସିଂହପୁର ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *