ଜଙ୍ଗଲୀ ହାତୀ ଆତଙ୍କ,ଭୟବିତ୍ତ ଗ୍ରାମବାସୀ

ଫୋକସ ପ୍ଲସ (ନୟାଗଡ଼)୦୩/୦୭/୨୦୨୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ମକରାପଲ୍ଲୀ ଗାଁ ରେ ହାତୀ ଆତଙ୍କ | ସୂଚନା ଥାଉ କି ମକରାପଲ୍ଲୀ ଗାଁ ଟି ଗଞ୍ଜାମ ସୀମାନ୍ତ ଓ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ରୁ ଜଙ୍ଗଲୀ ହାତୀ ଙ୍କ ଆତଙ୍କ ବଢ଼ିବାରେ ଲାଗିଛି, ଏ ବିଷୟରେ ବନ ବିଭାଗ ଜାଣି ମଧ୍ୟ ଚୁପଚାପ ବସିଥିବା ଅଭିଯୋଗ ହୋଇଛି | ମକରାପଲ୍ଲୀ ଗ୍ରାମ ରେ ବନ ବିଭାଗ ତରଫରୁ ଗୋଟିଏ କାଗଜ କଲମ ରେ ଫରେଷ୍ଟ ବିଟି ଟିଏ ଥିବା ବେଳେ ବିଟି ଘର ନଥିବା ରୁ ଷ୍ଟାଫ୍ ରହୁନଥିବା ଅଭିଯୋଗ ହୋଇଛି ବରଂ ବିଟି କୁ ଆସିଥିବା ଅନୁଦାନ କୁ ଚକ୍ରାନ୍ତ କରି ଓଡଗାଁ ବନାଞ୍ଚଳ ରୁ ମହୀପୁର ବନାଞ୍ଚଳ ଅଧିନସ୍ଥ କାପ୍ତାପଲ୍ଲୀ ରେ ଘର ତିଆରି କରିଥିବା ଅଭିଯୋଗ ହୋଇଛି |କାହା ଅନୁମତି ରେ ବନ ବିଭାଗ ମକରାପଲ୍ଲୀ ରୁ କାପ୍ତାପୋଲି ରେ ଘର ତିଆରି କରିଛି ତାହାକୁ ନେଇ ଏବେ ସାଧାରଣ ରେ ଉଠିଛି ପ୍ରଶ୍ନ?
ଏପଟେ ହାତୀ କ୍ଷୟକ୍ଷତି କରିଥିବା ଫସଲ ବିଷୟରେ ଆମେ ବାହାଡାଝୋଲା ସେକ୍ସନ ଫରେଷ୍ଟ ର ଶ୍ରୀ. ସନାତନ ସ୍ୱାଇଁ ଙ୍କ ସହ ଯୋଗାଯୋଗ କରିବାରୁ ସେ ଖୁବଶୀଘ୍ର ହାତୀ କ୍ଷତି କରିଥିବା ଫସଲ ର ଅନୁକମ୍ପା ରାଶି ବନ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସେପଟେ ସଞ୍ଜ ନଇଁଲେ ହାତୀ ର ଆତଙ୍କ ଦେଖା ଦେଉଥିବା ରୁ ଗ୍ରାମବାସୀ ଙ୍କ ତରଫରୁ ସୁରକ୍ଷା ଦାବୀ ହୋଇଛି |

ନୟାଗଡ଼ ଜିଲ୍ଲା ନୂଆଗାଁ ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *