ଫୋକସ ପ୍ଲସ (ଉଦଳା)୧୪/୦୭/୨୦୨୨: ଶିମିଳିପାଳ ଅଭୟlରଣ୍ୟରୁ ବିସ୍ଥାପିତ ମାନଙ୍କୁ ଥଇଥାନ କରିବା ପାଇଁ ବନ ବିଭାଗର ନବରା ସଂଗୃହିତ ଜଙ୍ଗଲ ରେ ଶାଗୁଆନ ଗଛ କଟାକୁ ବିରୋଧ କରି ନାବରା ଛକ ନିକଟରେ ଗଛ ପକାଇ ରାସ୍ତା ରୋକ କରିଛନ୍ତି ନବରା ଗ୍ରାମର ମହିଳା ଏବଂ ପୁରୁଷ, ଉଦଳା ବନ ବିଭାଗ ଅଧିନସ୍ଥ ନବରା ସଂଗୃହିତ ଜଙ୍ଗଲରେ ବାହୁଡା଼ ଦିନ ବିଳମ୍ବିତ ରାତ୍ରି ରେ ପାଖାପାଖି 67 ଟି ଶାଗୁଆନ ଗଛ କଟା ଯାଇଥିବା ବେଳେ ଘୋର ବିରୋଧ କରି ରାସ୍ତା ରୋକ କରିଥିଲେ ନାବରା ଗ୍ରାମର ଗ୍ରାମବାସୀ, ପ୍ରଶାସନ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେବାପରେ ଗ୍ରାମବାସୀ ରାସ୍ତା ରୋକ ରୁ ହଟିଥିଲେ,ପ୍ରଶାସନର ପ୍ରତିସୃତି ମୁତାବକ ଗ୍ରାମ ବାସୀଙ୍କ ହୋଇଥିବା ଗ୍ରାମସଭା ବୈଠକରେ କୌଣସି ପ୍ରଶାସନିକ କର୍ମଚାରୀ ଯୋଗ ଦେଇ ନ ଥିବାରୁ ମିଛ ପ୍ରତିଶୃତି ପ୍ରଶାସନ ଦେଉଛି ବୋଲି, ପ୍ରଶାସନ ଚୋର ଭଳି, ଗ୍ରାମର ଜଙ୍ଗଲ କମିଟିକୁ ନ ଜଣାଇ ବିଳମ୍ବିତ ରାତ୍ରିରେ ଗଛ କଟା ଯିବାକୁ ବିରୋଧ କରି ପୁଣି ଆଜି ହୋଇଛି ରାସ୍ତାରୋକ, ଗ୍ରାମବାସୀ ଛୋଟ ବେଳୁ ଗଛ ଗୁଡିକର ଯତ୍ନ ନେଇ ନିଜର ପିଲାପରି ବଢ଼ାଇଛନ୍ତି, ବନ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ବନ ମହୋତ୍ସବ ପାଳନ କରୁଥିବା ବେଳେ ଉଦଳା ବନବିଭାଗ ଦ୍ୱାରା ଗଛ ଲଗାଇବା ପରିବର୍ତ୍ତେ ନବରା ସଂଗୃହିତ ଜଙ୍ଗଲରୁ ଗଛ କଟା କରାଇବାକୁ ଘୋର ନିନ୍ଦା କରି ବିଭିନ୍ନ ସ୍ଲ ଗାନ ଦେଇ ରାସ୍ତା ରୋକ କରି ଧାରଣା ଦେଇଛନ୍ତି ଗ୍ରାମବାସୀ,ଉଦଳା ରୁ ପୋଡାଢିଆ ରାସ୍ତାର ନବରା ଛକ ନିକଟରେ ରାସ୍ତା ରୋକ ହୋଇଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ ଠପ ହୋଇଛି,ଅଂଚଳରେ ଲଘୁଚାପ ଜନିତ ବର୍ଷlରେ ମଧ୍ୟ ବର୍ଷାରେ ଓଦା ହୋଇ ଧାରଣା ଦେଇଛନ୍ତି ଗ୍ରାମବାସୀ, ତାଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରାସ୍ତା ରୋକ ଚାଲୁ ରହିବ ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l
ଉଦଳାରୁ ଦିଲ୍ଲୀପ କୁମାର ପରିଡା ରିପୋର୍ଟ ଫୋକସ ପ୍ଲସ |