ଜଣେ ବ୍ୟକ୍ତି, ଦୁଇଟି ନାମ ଓ ଦୁଇଟି ଅନୁଷ୍ଠାନରେ କାମ

ଫୋକସ ପ୍ଲସ (ଆଠମଲ୍ଲିକ)୧୦/୦୭/୨୦୨୨: ଆଜିକାର ମଣିଷ ବିଚିତ୍ର ମଣିଷ । ଏ ମଣିଷ ମଣିଷକୁ ତ ମଣିଷ ତଥା ଶାସକ ଓ ପ୍ରସାଶନିକ କୁ କିପରି ଆଖିରେ ଧୂଳି ଦେଇ ସର୍ବଦା ମୁହଁକୁ ଟାଣ କରିପାରେ ଆସନ୍ତୁ ଜାଣିବା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବାସରମୁଣ୍ଡା ପଂଚାୟତ ଅନ୍ତର୍ଗତ ବନ୍ଧଙ୍ଗା ନିବାସୀ ଗିରିଶ ଚନ୍ଦ୍ର ଦେହୁରୀ ବନାମ ମହେଶ୍ୱର ଦେହୁରୀ ଦୁଇଟି ନାମରେ ସରକାରଙ୍କ ରାଜକୋଷ ଆତ୍ମସାତ କରିବା ସହିତ ଜନପ୍ରତିନିଧି ହୋଇ ଦୁଇଟି ନାମରେ ଦୁଇ ଦୁଇଟି ଭୋଟ ଦେଇ ଏକା ସମୟରେ ଦୁଇଟି ନାମରେ ଦୁଇଟି ଜନ ପ୍ରତିନିଧି ପଦ ବିରେ ସ୍ଥାନ ଅଳଙ୍କୃତ କରି ଜନତାଙ୍କୁ ଭକୁଆ ବନାଇବା ଦେଖା ଦେଇଛି । ବର୍ତ୍ତମାନ ଆମ୍ବାସରମୁଣ୍ଡା କୃଷି ସେବା ସମବାୟ ସମିତି ର ସଭ୍ୟ ପରିଚୟ ପତ୍ର ର କ୍ରମାଙ୍କ 010500364 ନାମ ମହେଶ୍ୱର ଦେହୁରୀ ପିତା ଅଚୁତା ଦେହୁରୀ ସଭ୍ୟ ପ୍ରବେଶ ରେଜିଷ୍ଟର ନମ୍ବର ୮୦୪ କ୍ଷୁଦ୍ର ଚାଷୀ ଥିବାବେଳେ ପୁନର୍ବାର ସେହି ସଭ୍ୟ ପ୍ରବେଶ ରେଜିଷ୍ଟର ବହିରେ କ୍ରମିକ ସଂଖ୍ୟା ୩/୪୬ ନାମ ଗିରିଶ ଚନ୍ଦ୍ର ଦେହୁରୀ ପିତା ଅଚୁତା ଦେହୁରୀ ପରିଚୟ ପତ୍ର କ୍ରମାଙ୍କ 01500062 ଛୋଟ ଚାଷୀ ନାମରେ ପଞ୍ଜିକୃତ କରି ଜଣେ ବ୍ୟକ୍ତି ଦୁଇଟି ନାମରେ ସରକାରଙ୍କ ସୁବିଧା ଲାଭ ଉଠାଇବାରେ ଲାଗିପଡିଛନ୍ତି ।ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଯୋଜନା ରୁ ପ୍ରକୃତ ହିତାଧିକାରୀ ବାଦପଡୁଥିବା ବେଳେ କେଉଁ ନୀତି ନିୟମ ଆଦର୍ଶରେ ଜଣେ ବ୍ୟକ୍ତି ଦୁଇଟି ନାମରେ ଦୁଇ ଦୁଇ ଟି ସୁବିଧା କିପରି ହାସଲ କରୁଛନ୍ତି ତାହା ଅଞ୍ଚଳବାସୀଙ୍କ ମନ ରେ ସନ୍ଦେହ ଘେରକୁ ଟାଣି ଆଣିଛି । ଏ କଥା ଶାସକ ପ୍ରଶାସନିକ ବିଭାଗ କିପରିଭାବେ ଜାଣି ପାରୁନାହାନ୍ତି ଏହା ବୁଦ୍ଧିଜୀବୀ ଙ୍କ ମହଲରେ ବିସ୍ମୟର ବାତାବରଣ ଦେଖାଦେଇଛି । ସୂଚନା ନେବାରେ ଜଣାଯାଏ ଯେ ସେହି ବ୍ୟକ୍ତି ଙ୍କ ଶିକ୍ଷାନୁଷ୍ଠାନ ର ୧୯୭0/୭୧ ବର୍ଷ ପ୍ରବେଶ ରେଜିଷ୍ଟର କ୍ରମିକ ସଂଖ୍ୟା ୧୦/୨୪୫ ଜନ୍ମ ତା ୨୨/୬/୧୯୬୨ ଶିକ୍ଷାଗତ ଯୋଗ୍ୟତା ୫ମ ପାସ ଥାଇ ଗିରିଶ ଚନ୍ଦ୍ର ଦେହୁରୀ ନାମରେ ପ୍ରମାଣପତ୍ର ରହିଛି । ଅଞ୍ଚଳବାସୀ ଜାଣିବାକୁ ଚାହାନ୍ତି କି ଉକ୍ତ ବ୍ୟକ୍ତି କେଉଁ ନୀତି ନିୟମ ଆଦର୍ଶ ଓ କେଉଁ ନେତାଙ୍କ ଛତ୍ରଛାୟା ତଳେ ରହି ଜଣେ ବ୍ୟକ୍ତି ହୋଇ ଦୁଇଟି ନାମରେ ସରକାରଙ୍କ ସୁବିଧା ହାସଲ କରି ଫକୀର ରୁ ଅମୀର ବନିଛନ୍ତି ଏହା ଉଚ୍ଚ ସ୍ତରୀୟ EOW ବିଭାଗ ଦ୍ୱାରା ନିରପେକ୍ଷ ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡିଯିବ ବୋଲି ଅଞ୍ଚଳବାସୀ ଚାହିଁ ବାସିଛନ୍ତି ।

Leave a Reply

Your email address will not be published. Required fields are marked *