ଜନତା ମହାବିଦ୍ୟାଳୟରେ ଯୁବ ଓଡିଶା ଓ ନବୀନ ଓଡିଶା ମାଧ୍ୟମ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ |

ହିନ୍ଦୋଳ, ଢେଙ୍କାନାଳ୨୨/୧୨(ଫୋକସ ପ୍ଲସ); ହିନ୍ଦୋଳ ଉପଖଣ୍ତ ସାତମାଇଲ ସ୍ଥିତ ଜନତା ମହାବିଦ୍ୟାଳୟ ପରିସର ରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରୟୋଜିତ ମୋ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମ ରେ ବାର୍ଷିକ କ୍ରୀଡା ପ୍ରତୋଯୋଗିତା ଶୁକ୍ରବାର ମହାସମାରୋହରେ ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପଟନାୟକ ପୌରହିତ୍ୟରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟକ୍ରମ ରେ ହିନ୍ଦୋଳ ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରିଣୀ ବିନିତା ବିଜଜିନୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟ ସୁମନ୍ତ ଦେହୁରୀ ଜୋ ଗଦେଇ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ,ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ ନିମନ୍ତେ ଓଡିଶା ସରକାରଙ୍କ ଏହି ଅଭିନବ ପ୍ରୟାସ କରିଛି ଏବଂ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିପାରିଛି ବୋଲି ଅତିଥିବୃନ୍ଦ ମତପ୍ରକାଶ କରି ଯୁବ ଗୋଷ୍ଠି ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଡ. ଲୁଲୁବାଳା ନାୟକ ଅତିଥିପରିଚୟ ପ୍ରଦାନ କରିଥିବା ସମୟରେ ମହାବିଦ୍ୟାଳୟର ଅଧ୍ୟାପିକା ସଂଯୁକ୍ତା ବେହେରା , ଅଧ୍ୟାପକ ନରେଶ ନାୟକ , ସଞ୍ଜୟ ନାୟକ କାର୍ଯ୍ୟକ୍ରମକୁ ସଂଜୋଯନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *