ଜନଶୁଣାଣି ଶିବିର ଅନୁଷ୍ଠିତ

ଫୋକସ ପ୍ଲସ ୩୧/୫/୨୨(ଢେଙ୍କାନାଳ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପରିସରରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଆୟୋଜିତ ଏହି ଜନଶୁଣାଣି ଶିବିର ରେ କାମାକ୍ଷାନଗର ବ୍ଲକ ର 21ଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଶତାଧିକ ଜନସାଧାରଣ ଉପସ୍ଥିତ ରହି ନିଜର ଅଭିଯୋଗ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ l ଏହି ଶିବିର ରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସପି ଏଲଦିବ୍ୟା. ଭି, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ,କାମାକ୍ଷାନଗର ଏନଏସି ଅଧକ୍ଷ ଧର୍ମାନନ୍ଦ ପରିଡା ଙ୍କ ସମେତ ସମସ୍ତ ବ୍ଲକ ର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ବିଭିନ୍ନ ଲୋକମାନଙ୍କ ସମସ୍ୟା ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ l

କାମାକ୍ଷାନଗର ରୁ ସମଦର୍ଶି ଦାସ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *