ବରଗଡ଼: ୦୧/୧୨/୨୩ ରିଖ ଏସିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆମେରିକାର ଜର୍ଜଟାଉନ୍ ୟୁନିଭର୍ସିଟି ମେଡିକାଲ୍ ସେଂଟର୍ ର ପ୍ରଫେସର ଡ. ପିନାକି ପାଣିଗ୍ରାହୀ (ପ୍ରେସିଡେଂଟ୍, ଏ.ଆଇ.ପି.ଏଚ୍ ବିଶ୍ୱବିଦ୍ୟାଳୟ, ପ୍ରଫେସର-ପେଡିଆଟ୍ରିକ୍ ଡିପାର୍ଟମେଂଟ୍), ଡା. ଲେୱିସ୍ ରୁବିନ୍ (ପ୍ରଫେସର ଓ ଭାଇସ୍ ଚେୟାର୍ (ରିସର୍ଚ) ଅଫ୍ ପେଡିଆଟ୍ରିକ୍, ମେଡ୍ଷ୍ଟାର୍ ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟ ମେଡିକାଲ୍ ଏବଂ ଜର୍ଜଟାଉନ୍ ୟୁନିଭର୍ସିଟି ମେଡିକାଲ୍ ସେଂଟର୍, ଆମେରିକା) ଏବଂ ମିଷ୍ଟର ଡେଭିଡ୍ ବିକାଶ ହସ୍ପିଟାଲରେ ପହଂଚି ପଶ୍ଚିମ ଓଡ଼ିଶା ଜନସ୍ୱାସ୍ଥ୍ୟ ସମ୍ପର୍କିତ ଉଚ୍ଚତର ଗବେଷଣା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଏ ସମ୍ପର୍କରେ ସୂଚନା ଦେଇ ବିକାଶ ହସ୍ପିଟାଲ ସମୂହର ଚିଫ୍ ଏକ୍ଜେକ୍ୟୁଟିଭ୍ ଅଫିସର ଡା. ସି.ଏଚ୍ ରବି କୁମାର କହିଛନ୍ତି ଯେ’ ଗବେଷଣା ଦଳ କ୍ରୀଷ୍ଣା ବିକାଶର ଚେୟାର୍ମେନ୍ ଶ୍ରୀ ଡି. ମୂରଳୀକ୍ରୀଷ୍ଣା ଓ ମେନେଜିଂ ଡାଇରେକ୍ଟର୍ ଡି. ବିବେକ୍ କୁମାର ସହିତ ପ୍ରଥମେ ଆଲୋଚନା କରିଥିଲେ । ଏହାପରେ ସେମାନେ ବରଡୋଲ ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ବର୍ତମାନ ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ବିକାଶ ହସ୍ପିଟାଲ କନଫେରେନ୍ସ ହଲ୍ ରେ ବିଭିନ୍ନ ବିଭାଗର ବିଶେଷଜ୍ଞ (ଡା. ପୂଜା ଜଏସ୍ୱାଲ୍, ଡା. ଏଚ୍.ଏସ୍ ମିଶ୍ର- ସ୍ତ୍ରୀ ପ୍ରସୂତି ରୋଗ, ଡା. ନିଲମଣି ପାତ୍ର -ଶିଶୁରୋଗ, ଡା. ଗୀତାରାଣି ପୁରୋହିତ, ଡା. ଉଦୟ ହେମ୍ରମ୍ -ମାଇକ୍ରୋବାୟୋଲୋଜି, ଡା. ସଂଜୟ କୁମାର ନାଏକ୍- ପାଥୋଲୋଜି, ବ୍ରିୟୋକେମିଷ୍ଟ୍ରି, ଡା. ଆଶିଷ କୁମାର ଶତପଥି-ନବଜାତ ଶିଶୁରୋଗ) ଙ୍କ ସହ ଅନେମିଆ ଓ ଷ୍ଟଂଟିଂ ର ବିଭିନ୍ନ କାରଣ ଉପରେ ଆଲୋଚନା ହୋଇଥିଲା ଓ ଆଗକୁ କେଂସର୍ ରୋଗ କୁ ବି ଗବେଷଣା ରେ ଅର୍ନ୍ତଭୁକ୍ତ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏ.ଆଇ.ପି.ଏଚ୍ ତରଫରୁ କ୍ରୀଷ୍ଣା ବିକାଶର ଚେୟାର୍ମେନ୍ ଶ୍ରୀ ଡି. ମୂରଳୀକ୍ରୀଷ୍ଣା ଓ ବିକାଶ ଗ୍ରୁଫ୍ ର ଡାଇରେକ୍ଟର ଶ୍ରୀ ସମରେନ୍ଦ୍ରନାଥ ପଣ୍ଡା ଏହି କାର୍ଯ୍ୟକ୍ରମ ର ରୁପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଡ. ପିନାକୀ ପାଣିଗ୍ରାହୀ (ପ୍ରେସିଡେଂଟ୍, ଏ.ଆଇ.ପି.ଏଚ୍ ବିଶ୍ୱବିଦ୍ୟାଳୟ, ପ୍ରଫେସର-ପେଡିଆଟ୍ରିକ୍ ଡିପାର୍ଟମେଂଟ୍) ଏସିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ ବିଶ୍ୱବିଦ୍ୟାଳୟର ସମ୍ପର୍କରେ ବିଶଦ ତଥ୍ୟ ଦେଇଥିଲେ । ମେମ୍ବର୍ ଅଫ୍ ପବ୍ଲିକ୍ ହେଲ୍ଥ୍ ଏବଂ ଏମ.ବି.ଏ ଇନ୍ ହେଲ୍ଥ୍ ଏମ.ଜି.ଟି ର ଆବଶ୍ୟକତା ଉପରେ ଗୁରୂତ୍ୱ ଦେଇଥିଲେ । ଏହା ସହିତ ଏହ ସହଯୋଗୀ ଗବେଷଣା ବରଗଡ଼ ଜିଲ୍ଲା କୁ ସ୍ୱାସ୍ଥ୍ୟ ମାନଚିତ୍ରରେ ଉପରକୁ ନେବ ବୋଲି କହିଥିଲେ । ଡା. ଲେୱିସ୍ ରୁବିନ୍ (ପ୍ରଫେସର ଓ ଭାଇସ୍ ଚେୟାର୍ (ରିସର୍ଚ) ଅଫ୍ ପେଡିଆଟ୍ରିକ୍, ମେଡ୍ଷ୍ଟାର୍ ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟ ମେଡିକାଲ୍ ଏବଂ ଜର୍ଜଟାଉନ୍ ୟୁନିଭର୍ସିଟି ମେଡିକାଲ୍ ସେଂଟର୍, ଆମେରିକା) ନିଜ ମତ ଲେଖି ବରଗଡ଼ ହସ୍ପିଟାଲ ର ଅନୁସାଂଗିକ ବ୍ୟବସ୍ଥା, ଡାକ୍ତର ମାନଙ୍କର ଗବେଷଣାର ରୁଚି କୁ ପ୍ରଂଶସା କରିଥିଲେ । ଏସିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ ବିଶ୍ୱବିଦ୍ୟାଳୟ ର ଏହି ଉଦ୍ୟମକୁ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି କହିଥିଲେ । ସେ ଶ୍ରୀ ଡି. ମୂରଳୀକ୍ରୀଷ୍ଣା ଙ୍କୁୁ ତାଙ୍କ ଏହି ସବୁ ଭବିଷ୍ୟତ ଯୋଜନା ପାଇଁ ଶୁଭେଚ୍ଛା ଜଣାଇଥିଲେ ।