ଜନ୍ମଦାତ୍ରୀ ମାଆ ସାଜିଲା ପିଶାଚିନୀ

• ମରିଗଲା ମାଆର ମମତା
• ପରକୀୟା ପ୍ରୀତି ପାଇଁ ଭୁଲିଗଲା ମା’ ଛୁଆର ସମ୍ପର୍କ
• ନିଜ ହାତରେ ୨୩ ବର୍ଷର ଝିଅକୁ ହତ୍ୟା କଲା ମାଆ

ଫୋକସ ପ୍ଲସ 16/3/23(ବ୍ୟୁରୋ): ମାଆର ପରକୀୟା ପ୍ରୀତି ପାଇଁ ବଳିପଡିଲା ଝିଅ । ନିଜର ପ୍ରେମକୁ ପାଇବା ପାଇଁ ୧୦ ମାସ ଗର୍ଭରେ ଧରି ଜନ୍ମ ଦେଇଥିବା ଝିଅକୁ ବି ମାରିବାକୁ ପଛେଇଲାନି ପିଶାଚୀ ମାଆ । ଯେଉଁ ହାତରେ ଦୀର୍ଘ ୨୩ ବର୍ଷ ଧରି ଝିଅକୁ ଲାଳନ ପାଳନ କରିଥିଲା, ସେହି ହାତରେ ହିଁ ଆଜି ତାକୁ ହତ୍ୟା କରିଛି ମାଆ । ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ କୁଚବେହରା ଜିଲ୍ଲାର ଚଙ୍ଗ୍ରବନ୍ଧ ଅଂଚଳରେ । ଏହି ଘଟଣା ସେମବାର ଘଟିଥିବା ବେଳେ ବୁଧବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ଯୁବତୀ ହେଲେ ୨୩ ବର୍ଷୀୟ ଅର୍ପିତା । ଏନେଇ ମୃତ ଅର୍ପିତାଙ୍କ ଦାଦା ଥାନାରେ ଏତଲା ଦେବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମହିଳା ନିଜ ବୟଫ୍ରେଣ୍ଡ ସହ ଖସି ପଳାଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପିଛା କରି ଦୁଇଜଣକୁ ଧରିଲା ପୋଲିସ । ଏନେଇ ଯୁବତୀଙ୍କ ଦାଦା ଥାନାରେ ଅଭିଯୋଗ କରି କହିଛନ୍ତି, ” ସମଶେର ମୋ ଭାଇ ବଳରାମଙ୍କ ଘରେ ଭଡାରେ ରହୁଥିଲେ । ଭଡାରେ ରହି ଭାଉଜ ସହ ଅବୈଧ ସମ୍ପର୍କ ରଖିଥିଲେ । ଏହି ବିଷୟରେ ଅର୍ପିତା ଜାଣିଦେଇଥିଲା । ତେଣୁ ସେମାନେ ତାକୁ ରାସ୍ତାରୁ ହଟାଇଦେବା ପାଇଁ ଚିନ୍ତା କରିଥିଲେ । ବାଡିରେ ଆକ୍ରମଣ କରି ଜୀବନ ନେଇଗଲେ ।”ମେଖଲିଗଞ୍ଜ ପୋଲିସ ପକ୍ଷରୁ କୁହାଯାଇଛି ଯେ, ” କୁଚବେହରା ଜିଲ୍ଲାର ଚଙ୍ଗ୍ରବନ୍ଧ ଅଞ୍ଚଳର ୨୩ ବର୍ଷୀୟ ଝିଅ ଅର୍ପିତାକୁ ହତ୍ୟା କରାଯାଇଛି । ନିଜ ମାଆ ଏବଂ ପ୍ରେମିକ ମିଶି ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଅର୍ପିତାର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଦୁର୍ଗା ମଲ୍ଲିକ ଏବଂ ତାଙ୍କ ବୟଫ୍ରେଣ୍ଡ ସମଶେରକୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *